Latest Odisha News

BREAKING NEWS

ରଥାରୁଢ଼ ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ । ବଡ଼ଦେଉଳରୁ ବାହାରି ଆସିଛନ୍ତି ମହାପ୍ରଭୁ । ସିଂହଦ୍ୱାର ଆଗରେ ରଥ ଉପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ଼ ମହାପ୍ରଭୁଙ୍କୁ ଯାଇ ଦର୍ଶନ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠାଧୀଶ ତଥା ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ ତିନି ରଥର ପ୍ରଦୀକ୍ଷଣ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଏବେ ଛେରା ପହଁରା ପାଇଁ ପହଞ୍ଚିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ ତିନି ରଥରେ ଛେରା ପହଁରା କରୁଛନ୍ତି । ଅପରାହ୍ଣ ୧୨ଟା ୪୫ରୁ ୨ଟା ଭିତରେ ଛେରା ପହଁରା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା । କିନ୍ତୁ ଏହି ନୀତି ବି ଆଗୁଆ ସମ୍ପାଦିତ ହୋଇପାରେ ।

ଛେରା ପହଁରା ପରେ ଦିନ ୨ଟାରୁ ୩ଟା ଭିତରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ପରେ ଆରମ୍ଭ ହେବ ରଥଟଣା । ସେବାୟତ କେବଳ ମହାପ୍ରଭୁଙ୍କ ତିନି ରଥକୁ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ଯାଏ ଟାଣି ନେବେ । କରୋନା ଯୋଗୁ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.