ପୁରୀ: କାଲିଠୁ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସାଧାରଣ ଭକ୍ତ । ପୁରୀ ସହର ବାସୀ ଶ୍ରଜିଉଙ୍କୁ ଦର୍ଶନ କରିବେ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ତାପୂର୍ବରୁ ଆଜି ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । ସିଂହଦ୍ୱାର ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଛି । କାଲିଟୁ ୨୦ ତାରିଖ ଯାଏ ୫ ଦିନ ପୁରୀ ସହର ବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି ।
ଆସନ୍ତା ୧୬ ତାରିଖରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ସହ କୋଭିଡ଼ ମହାମାରୀ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଦିନ ଶ୍ରୀମନ୍ଦିରକୁ ନିୟମିତ ଭାବେ ସମ୍ପୂର୍ଣ୍ଣ ବିଶୋଧନ ବା ସାନିଟାଇଜ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । pic.twitter.com/5ikuDtDuX7
— Shree Jagannatha Temple Office, Puri (@SJTA_Puri) August 15, 2021
ଓ୍ୱାର୍ଡ ୱାରୀ ପୁରୀ ବାସିନ୍ଦା ଫଟୋ ଥିବା ପରିଚୟପତ୍ର(ଭୋଟର କାର୍ଡ, ଆଧାର କାର୍ଡ ଓ ଅନ୍ୟାନ୍ୟ) ଦେଖାଇ ବ୍ୟାରିକେଡ୍ ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ । ସିଂହଦ୍ୱାର ଦେଇ ଭିତରକୁ ଯିବେ ପୁରୀ ବାସିନ୍ଦା । ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ବାହାରିବେ ।
ସମସ୍ତେ ମାନିବେ କୋଭିଡ୍ ଗାଇଡଲାଇନ୍ । ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଓ ସାମାଜିକ ଦୂରତା ବଜାର ରଖିବେ । ମନ୍ଦିର ଭିତରକୁ ଫୁଲ, ଭୋଗ, ତୁଳସୀ ଆଦି ନେବା ମନା । କେହି ଦୀପ ଜାଳି ପାରିବେ ନାହିଁ । ଆନନ୍ଦବଜାରରେ ମହାପ୍ରସାଦ ସେବନ ମନା । ମନ୍ଦିର ଭିତରକୁ ପଲିଥିନ୍ ନେଲେ ଶହେ ଟଙ୍କା ଜରିମାନା ଗଣିବେ ।
ମନ୍ଦିର ଭିତରେ ପାନ, ଗୁଟଖା ଖାଇବାକୁ ବାରଣ କରାଯାଇଛି । ଛେପ ପକାଇ ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା ଦେବେ । ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ପିଲା ମନ୍ଦିର ଆସିବାକୁ ବାରଣ କରାଯାଇଛି । ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।
Comments are closed.