Latest Odisha News

BREAKING NEWS

କାଲିଠୁ ସର୍ବସାଧାରଣ ଦର୍ଶନ, ଆଜି ଶ୍ରୀମନ୍ଦିରକୁ କରାଗଲା ସାନିଟାଇଜ୍

ପୁରୀ: କାଲିଠୁ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସାଧାରଣ ଭକ୍ତ । ପୁରୀ ସହର ବାସୀ ଶ୍ରଜିଉଙ୍କୁ ଦର୍ଶନ କରିବେ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ତାପୂର୍ବରୁ ଆଜି ଶ୍ରୀମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି । ସିଂହଦ୍ୱାର ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଛି । କାଲିଟୁ ୨୦ ତାରିଖ ଯାଏ ୫ ଦିନ ପୁରୀ ସହର ବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ଓ୍ୱାର୍ଡ ୱାରୀ ପୁରୀ ବାସିନ୍ଦା ଫଟୋ ଥିବା ପରିଚୟପତ୍ର(ଭୋଟର କାର୍ଡ, ଆଧାର କାର୍ଡ ଓ ଅନ୍ୟାନ୍ୟ) ଦେଖାଇ ବ୍ୟାରିକେଡ୍ ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ । ସିଂହଦ୍ୱାର ଦେଇ ଭିତରକୁ ଯିବେ ପୁରୀ ବାସିନ୍ଦା । ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ବାହାରିବେ ।

ସମସ୍ତେ ମାନିବେ କୋଭିଡ୍ ଗାଇଡଲାଇନ୍ । ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଓ ସାମାଜିକ ଦୂରତା ବଜାର ରଖିବେ । ମନ୍ଦିର ଭିତରକୁ ଫୁଲ, ଭୋଗ, ତୁଳସୀ ଆଦି ନେବା ମନା । କେହି ଦୀପ ଜାଳି ପାରିବେ ନାହିଁ । ଆନନ୍ଦବଜାରରେ ମହାପ୍ରସାଦ ସେବନ ମନା । ମନ୍ଦିର ଭିତରକୁ ପଲିଥିନ୍ ନେଲେ ଶହେ ଟଙ୍କା ଜରିମାନା ଗଣିବେ ।

ମନ୍ଦିର ଭିତରେ ପାନ, ଗୁଟଖା ଖାଇବାକୁ ବାରଣ କରାଯାଇଛି । ଛେପ ପକାଇ ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା ଦେବେ । ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ପିଲା ମନ୍ଦିର ଆସିବାକୁ ବାରଣ କରାଯାଇଛି । ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.