ପୁରୀ: ପୁରୀ ଜିଲ୍ଲା ଶ୍ରୀକ୍ଷେତ୍ର ଚିତ୍ରକାର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ହେବ ମହାସଂଘର ସଭ୍ୟମାନେ ପୁରୀ ସହର, ପୁରୀ ଜିଲ୍ଲା ତଥା ବ୍ଲକର କୋଣ ଅନୁକୋଣରେ ରହି ଚିତ୍ରଶିଳ୍ପୀ ଭାବରେ କାର୍ଯ୍ୟ କରୁଛନ୍ତି। ବିବାହ, ବ୍ରତଘରରେ ଚିତ୍ର ଆଙ୍କିବା ଠାରୁ ରାସ୍ତାଘାଟର କାନ୍ଥ ବାଡ଼ରେ ଚିତ୍ର ଅଙ୍କନ ସହ ସରକାରୀ ବୋର୍ଡ ଠାରୁ ଗାଡ଼ି ନମ୍ବର ପ୍ଲେଟ ଷ୍ଟିକର କରିଥାନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ବର୍ତ୍ତମାନ ଆମମାନଙ୍କ ବୃତ୍ତି ଧୀରେ ଧୀରେ ବନ୍ଦହେବାକୁ ଲାଗିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମକୁ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କଳାକାରର ମାନ୍ୟତା ପ୍ରଦାନ କରିନାହାନ୍ତି। ଏହାସହ ଆମେ କଳାକାର ଭତ୍ତା ପାଇବାରୁ ମଧ୍ୟ ବଞ୍ଚିତ ରହୁଥିବା ସଙ୍ଘ ପକ୍ଷରୁ କୁହାଯାଇଛି।
ଖାଲି ସେତିକିନୁହେଁ ବର୍ଷକ ବାରମାସ କାମ ମିଳୁନଥିବାରୁ ଆମମାନଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇପଡିଛି। ପରିବାର ଭରଣପୋଷଣ ସମ୍ଭବ ହୋଇପାରୁ ନାହିଁ ବୋଲି ଦର୍ଶାଇ ଏକ ସମାବେଶରେ ବିଭିନ୍ନ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ଏହି ଚିତ୍ରକାର ମହାସଂଘ।
Comments are closed.