Latest Odisha News

BREAKING NEWS

ପ୍ରଥମଥର ପାଇଁ ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର

ଭୁବନେଶ୍ବର: ନଭେମ୍ବର ୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା  । ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଗଣନା କାର୍ଯ୍ୟ ଆରମ୍ଭ ହେବ  । କେନ୍ଦ୍ରର ତଥ୍ୟ ସହ ମେଳ ଖାଉନଥିବାରୁ ପ୍ରଥମ ଥର ପାଇଁ ନିଜସ୍ୱ ଉଦ୍ୟମରେ ବାଘ ଗଣିବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ୱାଇଲ୍ଡ ଲାଇଫ ଏସ କେ ପୋପଲି ।

ଗଣନା ସରିବା ପରେ ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ । କେନ୍ଦ୍ରର ଗଣନା ଅନୁସାରେ ରାଜ୍ୟରେ ୨୦ଟି ବାଘ ରହିଛନ୍ତି  । କିନ୍ତୁ ରାଜ୍ୟ ସରକାର ୨୫ଟି ବାଘ ରହିଥିବା ନେଇ ଦାବି କରିଛନ୍ତି । ଏହାକୁ ପ୍ରମାଣ କରିବାକୁ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ବାଘ ଗଣନା କରିବେ  ।  ଖାଲି ବାଘ ନୁହେଁ ହାତୀ ଗଣନା ବି କରିବେ ରାଜ୍ୟ ସରକାର । ଏପ୍ରିଲରୁ ଆରମ୍ଭ ହେବ ହାତୀ ଗଣନା କାର୍ଯ୍ୟକ୍ରମ ।

Leave A Reply

Your email address will not be published.