ପୁରୀ: ଶରଧାବାଲିରେ ଦଳାଚକଟା ଘଟଣାରେ ତଦନ୍ତ ଆରମ୍ଭ। ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣାର ତଦନ୍ତ ଚାଲିଛି। ଭୁବନେଶ୍ୱରରେ ସରିଛି ତଦନ୍ତ ଓ ସାକ୍ଷ୍ୟ ଗ୍ରହଣ। ଭୁବନେଶ୍ୱରରେ ମୋଟ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଆଜି ଅପରାହ୍ଣ ୩ଟାରୁ ପୁରୀରେ ସାକ୍ଷ୍ୟ ଗ୍ରହଣ କରାଯିବ। ଉନ୍ନୟନ କମିସନର ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି।
ଗତ ଜୁନ୍ ୨୯ ତାରିଖରେ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଆଉ ସକାଳୁ ସକାଳୁ ଦଳାଚକଟାରେ ୩ ଜଣ ପ୍ରାଣ ହରାଇଥିଲେ । ତଦନ୍ତ ପାଇଁ ସରକାର ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ଦାୟିତ୍ୱ ଦେଇଛନ୍ତି । ଅନୁ ଗର୍ଗ ପୁରୀ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି ।
ଆଜି ଅପରାହ୍ଣ ୩ଟା ପର ଠାରୁ ଜନସାଧାରଣ ଅନୁ ଗର୍ଗଙ୍କୁ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ସାକ୍ଷାତ କରି ତଥ୍ୟ ରଖିପାରିବେ। କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ ଭିଡିଓ ଫୁଟେଜ ସହ ଥିଲେ ଆସନ୍ତା ୨୦ ତାରିଖ ସୁଦ୍ଧା puritragedy.enquiry@.odisha.gov.in ଇମେଲ ଯୋଗେ ପଠାଇ ପାରିବେ । ଜୁନ ୨୯ ତାରିଖ ବିଳମ୍ବିତ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥ ସାମ୍ନାରେ ଦଳାଚକାଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏହି ଅଘଟଣର ତଦନ୍ତ ପାଇଁ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଦାୟିତ୍ବ ଦିଆଯାଇଛି ।
Comments are closed.