Latest Odisha News

ମନ୍ଦିର ଖୋଲିବା ପ୍ରସଙ୍ଗ: ଆଜିଠୁ ପର୍ଯ୍ୟାୟ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ବୈଠକ

ପୁରୀ: ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଆକ୍ସନ ପ୍ଲାନ ମାଗିଛନ୍ତି । ଏହାପରେ ଆଜିଠୁ ବସୁଛି ଶ୍ରୀମନ୍ଦିର ପ୍ରଶାସନର ବୈଠକ । ବିଭିନ୍ନ ପର୍ଯ୍ୟାୟରେ ବୈଠକ ବସିବ । ବିଭିନ୍ନ ନିଯୋଗ ଓ ସେବାୟତଙ୍କ ସହ ବିଚାରବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ ।

ସମସ୍ତ ନିଯୋଗ ସହ ଆଲୋଚନା କରି ମନ୍ଦିର ଖୋଲବା ନେଇ ମତାମତ ନିଆଯିବ । ଏଥିପାଇଁ ସମୟ ତାରିଖ ଓ ସମୟ ନିର୍ଦ୍ଧାରଣ କରାଯାଇଛି । ଆଜି ପରେ ୧୨ରୁ ୧୬ ତାରିଖ ଯାଏଁ ପ୍ରତିଦିନ ବିଚାରବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ । ମୁଖ୍ୟ ପ୍ରଶାସକ ନିଜେ ଆଲୋଚନା କରିବେ । କୋଭିଡ୍ କଟକଣା ଭିତରେ ଭିଡିଓ କନଫରେନ୍ସିଂରେ ବୈଠକ ବସିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ମନ୍ଦିର ଖୋଲିବା ନେଇ ଗତକାଲି ଶ୍ରୀମନ୍ଦିର ଓ ଅ୍ୟ ପ୍ରମୁଖ ମନ୍ଦିର ପ୍ରଶାସନକୁ ମତାମତ ମାଗିଥିଲେ ରାଜ୍ୟ ସରକାର । ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ରହିଛି ।

କରୋନା ଯୋଗୁ ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ବନ୍ଦ ରହିଛି ଧର୍ମାନୁଷ୍ଠାନ । କେନ୍ଦ୍ର ସରକାର ଅନଲକରେ ମନ୍ଦିର ଖୋଲିବା ନେଇ ଅନୁମତି ଦେଇଥିଲେ । କିନ୍ତୁ ରାଜ୍ୟରେ କରୋନା କାୟା ବଢୁଥିବାରୁ ମନ୍ଦିର ଖୋଲିବା ଉପରେ କଟକଣା ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.