Latest Odisha News

BREAKING NEWS

ସେବାୟତଙ୍କୁ କୋଭିଡ୍ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ କୋଭିଡ୍ ଟିକା ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ ରଖିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ମୁଖ୍ୟ ସାସନ ସଚିବଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ।

ଆଜିଠୁ ଶ୍ରୀମନ୍ଦିରରେ କୋଭିଡ ନେଗେଟିଭ୍ ରିପୋର୍ଟ ବିନା ଦର୍ଶନ ଆରମ୍ଭ ହୋଇଛି । କୋଭିଡ ଗାଇଡଲାଇନ ଅନୁସାରେ ଦର୍ଶନ ହେଉଛି । ମୁହଁରେ ମାସ୍କ, ଥର୍ମାଲ ସ୍କ୍ରିନିଂ ପରେ ହାତ ସାନିଟାଇଜ କରି ଭିତରକୁ ଛଡାଯାଉଛି । ଆଜିଠାରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କାରଣରୁ ସେବାୟତଙ୍କଠାରେ ସଂକ୍ରମଣର ଆଶଙ୍କା ରହିଛି । ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଶ୍ରୀମନ୍ଦିରର ସମସ୍ତ ସେବାୟତ ଓ ତାଙ୍କ ପରିବାରକୁ ଟିକା ଦେବାକୁ ମୁଖ୍ୟ ପ୍ରଶାସକ ଚିଠି ଜରିଆରେ ପ୍ରସ୍ତାବ ଦେଇଛନ୍ତି ପୂର୍ବରୁ ଛତିଶା ନିଯୋଗରେ ଏ ନେଇ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.