Latest Odisha News

BREAKING NEWS

ହାଇଟେକ ବସ ଟର୍ମିନାଲ ସ୍ଥାନକୁ ଅନୁଧ୍ୟାନ କଲା ସ୍ୱତନ୍ତ୍ର ଟିମ, ୨୩ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

କଟକ : କଟକ ଖାନନଗର ଠାରେ ନିର୍ମାଣ ହେବ ନେତାଜୀ ସୁଭାଷ ବୋଷ ହାଇଟେକ ବସ ଟର୍ମିନାଲ । ଏଥିପାଇଁ ଏହି ସ୍ଥାନକୁ ଆଜି ଅନୁଧ୍ୟାନ କରିଛନ୍ତି ସ୍ବତନ୍ତ୍ର ଟିମ । ଆସନ୍ତା ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ବସ ଟର୍ମିନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସମେତ ପୋଲିସ କମିଶନର, ସିଏମସି କମିଶନର, ଆରର୍ଟିଓ, କଟକ ଜିଲ୍ଲାପାଳ, ପୂର୍ତ୍ତ ବିଭାଗ, ସିଡିଏ ଏନଫୋର୍ସମେଣ୍ଟ ଟିମର ସମସ୍ତ ଅଧିକାରୀ ମାନେ ପହଞ୍ଚି ଆସନ୍ତା ୨୩ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହେବାକୁ ଥିବା ଭିତ୍ତିପ୍ରସ୍ତର ଶିଳାନ୍ୟାସ ପାଇଁ ସ୍ଥାନ ନିରୂପଣ କରିବା ସହ ସ୍ଥିତି ତଦାରଖ କରିଛନ୍ତି ।

ଏହି ବସ ଟର୍ମିନାଲ ଟିକୁ ଭାରତର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ନାମିତ କରାଯିବ । ଏହି ଟର୍ମିନାଲ ପାଇଁ ଆବଶ୍ୟକ କରୁଥିବା ୧୨ ଏକର ସ୍ଥାନ ଅଧିଗ୍ରହଣ କରାଯିବ । ୬୫କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ବସ ଟର୍ମିନାଲରେ ଏକାସଙ୍ଗେ ୧୮୦ ଟି ବସ ରହିବା ପାଇଁ ବ୍ୟବସ୍ଥା କରାଯିବ । 

ବାଦାମ ବାଡ଼ି ବସ ଷ୍ଟାଣ୍ଡଟି ବସ ଗୁଡିକ ତୁଳନାରେ ବହୁତ ଛୋଟ ପଡିଯାଉଥିଲା ସେଥିପାଇଁ ଏକ ବସ ଟର୍ମିନାଲ ନିର୍ମାଣ କରିବା ପାଇଁ ସାଧାରଣରେ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ପାଇଁ ନୂତନ ବସ ଟର୍ମିନାଲ ନିର୍ମାଣ କରି କଟକବାସୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ।

Leave A Reply

Your email address will not be published.