ପୁରୀ: କୋଭିଡ ସଂକ୍ରମଣର ମୁକାବିଲା ପାଇଁ ରବିବାର ଦିନ ଶ୍ରୀମନ୍ଦିର ସାନିଟାଇଜ କରାଯାଉଛି। ଯାହା ଫଳରେ ବନ୍ଦ ରହିଛି ଶ୍ରୀମନ୍ଦିର ଦର୍ଶନ।
ପୂର୍ବ ନିଷ୍ପତି ଅନୁଯାୟୀ ଗତ ସପ୍ତାହରୁ ରବିବାର ଦିନ ମନ୍ଦିର ଦନ ବନ୍ଦ କରାଯାଇଛି। ଆଜି ସକାଳୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ ଭାବେ ସାନିଟାଇଜ କରାଯାଇଛି। ଦମକଳ ଓ ପୌର ସଂସ୍ଥାର କର୍ମଚାରୀ ମାନେ ଶ୍ରୀମନ୍ଦିର ବାହାର ଓ ଭିତର ପରିସରକୁ ସାନିଟାଇଜ କରିଛନ୍ତି।
ତେବେ ରାଜ୍ୟ ତଥା ପୁରୀରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଅନ୍ୟାଦିନ ମାନଙ୍କରେ କୋଭିଡ କଟକଣାକୁ କଡାକଡି କରାଯାଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୪୯ହଜାର ୫୬୧କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୯ହଜାର ୬୦୩ ସଂକ୍ରମିତ । ଏବେ ରାଜ୍ୟରେ ୭ହଜାର ୯୭୯ଟି ଆକ୍ଟିଭ୍ କେସ୍ ରହିଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଗତ ୨୪ ଘଣ୍ଟାରେ କରୋନାରେ ରାଜ୍ୟରୁ କେହି ପ୍ରାଣ ହରାଇ ନାହାନ୍ତି । ରାଜ୍ୟରେ ଏବେ ମୃତ୍ୟୁସଂଖ୍ୟା ରହିଛି ୧୯ ଶହ ୨୬ ।
Comments are closed.