Latest Odisha News

BREAKING NEWS

ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଆଲୋକୀକରଣ ନେଇ ପୁରୀ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି । ବୈଠକରେ ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି । ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର ।

ଚାରି ଦ୍ୱାର, ଗର୍ଭଗୃହ ଶିଖର, ନାଟ ମଣ୍ଡପ ଉପର, ଜଗମୋହନ ଉପର ସହ ମେଘନାଦ ପାଚେରି ଓ ଭିତର ବେଢ଼ା ସବୁ ଚମକିବ । ଶ୍ରୀମନ୍ଦିର ଗରିମା ବଜାୟ ରଖିବା ପାଇଁ କୌଣସି ରଙ୍ଗୀନ୍ କି ଫ୍ଲାସ୍ ଲାଇଟ୍ ଲଗାଯିବନି । ଫିଲ୍ଡରେ ସମୀକ୍ଷା ସରିଥିବାବେଳେ, ଏନେଇ ଖୁବଶୀଘ୍ର ହେବ ଟେଣ୍ଡର ପ୍ରକ୍ରିୟା । ଆଲୋକୀକରଣ ଇନ୍‌ଷ୍ଟଲେସନ୍ ପ୍ରକ୍ରିୟା ଐତିହ୍ୟର କୌଣସି କ୍ଷତି ନକରିବା ଭଳି ହେବ ।

ପାଶ୍ୱର୍ ଦେବଦେବୀ ମନ୍ଦିରଗୁଡ଼ିକ ମଧ୍ୟ ଦୂରରୁ ସ୍ପଷ୍ଟ ଦେଖାଯିବା ଭଳି ଲାଇଟିଂ କରାଯିବ । ପ୍ରଥମେ ଡେମୋ ଦେଖିବା ପରେ କେଉଁ ଲାଇଟ୍ ରହିବ ସେନେଇ ନିଷ୍ପତ୍ତି ନିଆଯିବ । ଏଏସ୍ଆଇର ନିୟମ ଅନୁଯାୟୀ ଲାଇଟ୍ ଇନ୍‌ଷ୍ଟଲେସନ୍ ହେବ । ଶ୍ରୀମନ୍ଦିର ଐତିହ୍ୟ ଢାଞ୍ଚାକୁ ନ ଛୁଇଁ କୌଣସି ସ୍କୃ ନ ଲଗାଇ ଲଗାଯିବ ଲାଇଟ୍ । ଉଜୈନର ମହାକାଳେଶ୍ୱର ମନ୍ଦିର ଓ ଅଯୋଧ୍ୟା ଭଳି ଲାଇଟିଂ ପ୍ରକଳ୍ପ କରିବାକୁ ଯୋଜନା ରହିଛି ।

Leave A Reply

Your email address will not be published.