Latest Odisha News

BREAKING NEWS

“ପୁରୀ ଟ୍ରିପଲ୍ ମର୍ଡ଼ର୍ ଘଟଣା ଦୁର୍ଭାଗ୍ୟଜନକ”, ବିଧାନସଭାରେ କହିଲେ ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କହିଛନ୍ତି, ପୁରୀ ଜିଲ୍ଲା ସଦାନନ୍ଦପୁର ନିକଟସ୍ଥ ପଟ୍ଟନାୟିକିଆ ଛକରେ ଘଟିତ ଟ୍ରିପଲ୍ ମର୍ଡ଼ର୍ ଘଟଣା ଦୁର୍ଭାଗ୍ୟଜନକ ।

ଏେନେଇ ସ୍ପଷ୍ଟିକରଣ ଦେବାକୁ ବିରୋଧିଦଳର ସଦସ୍ୟମାନେ ବାଚସ୍ପତିଙ୍କୁ ଦାବି କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ତାଙ୍କର ବକ୍ତବ୍ୟ ରଖିଥିଲେ ।

ଏହି ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରି ପଚରାଉଚରା କରିବା ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

“ଶାନ୍ତି ତଥା ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ଆବଶ୍ୟକୀୟ ପୋଲିସ ଫୋର୍ସ ସେହି ଅଞ୍ଚଳରେ ମୂତୟନ କରାଯାଇଛି,”ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏସମ୍ପର୍କରେ ସେ ବାଚସ୍ପତିଙ୍କୁ କହିଛନ୍ତି ଯେ, ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । “ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି,” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

“ମୋ ସରକାର ଜନସାଧାରଣଙ୍କ ଧନ ଜୀବନ ରକ୍ଷା କରିବା ଲାଗି ପ୍ରତିଜ୍ଞାବଦ୍ଧ ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପ୍ରତିଶ୍ରୁତି ମଧ୍ୟ ଦେଉଛି,” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.