Latest Odisha News

BREAKING NEWS

ଦର୍ପଣ

ଦର୍ପଣ

ସୁଧୀର ମେହେର

ଯେବେ ବି ଆସିଚ
ଗଭୀର ଶ୍ରଦ୍ଧାରେ ତୋଳି ଧରିଚି
ନିବୁଜ ଛାତି ଭିତରେ ।

ତମେ
ହସିଲେ ହସିଚି
କାନ୍ଦିଲେ କାନ୍ଦିଚି
ତମର ପ୍ରତିଟି ଭାବ ଅଭାବକୁ
ଆଖିର ତାରା ସାଜି
ପ୍ରତିବିମ୍ବିତ କରିଚି ।

ଛାତି ତଳେ
ଟିକେନାକୁ ପାରଦ ଅଛି ବୋଲି ତ
ଏତେ କଥା!

ନାଇଁତ…
ତମେ କିଏ?
ମୁଁ କିଏ?

…………
ଚିଚୈଗୁଡ଼ା, ଜୁନାଗଡ଼,
କଳାହାଣ୍ଡି-୭୬୬୦୧୪

Leave A Reply

Your email address will not be published.