Latest Odisha News

BREAKING NEWS

ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ପୁରୀର ଏହି ସ୍ଥାନ

ପୁରୀ: ପୁରୀ ଜିଲ୍ଲା ଗୋପ୍ ବ୍ଲକ ଅନ୍ତର୍ଗତ କାହ୍ନପୁର ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କପିଲେଶ୍ୱର ବଜାର ଛକ ଠାରୁ କାହ୍ନପୁର ବସ୍ତି, କପିଲେଶ୍ୱର ଠାରୁ କାହ୍ନପୁର ବାଇପାସ୍, କୁଶଭଦ୍ରା ନଦୀ କୂଳରୁ କାହ୍ନପୁର ଏବଂ ବାଙ୍ଗୋରା ବଡ଼ପଡା ଠାରୁ କାହ୍ନପୁର ପର୍ଯ୍ୟନ୍ତ ଅଞ୍ଚଳଗୁଡିକ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

ନିର୍ଦ୍ଦେଶ ଅନୁଯାୟୀ, ଏହି କଟକଣା ସମୟରେ କୌଣସି ବ୍ୟକ୍ତିଙ୍କୁ ଏହି ଜୋନ୍ ଭିତରକୁ ପଶିବାକୁ କିମ୍ବା ବହାରିବାକୁ ଅନୁମତି ଦିଆଯିବ ନାହିଁ । ଗ୍ରାମବାସୀଙ୍କୁ ସେମାନଙ୍କ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଓ କଣ୍ଟେନମେଣ୍ଟ ଜୋନରେ ଥିବା ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିବ । ଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଚିକିତ୍ସା ଜନିତ ଆବଶ୍ୟକତା ଯୋଗାଇ ଦିଆଯିବା ନେଇ ଗୋପ୍ ବିଡ଼ିଓ ନିଶ୍ଚିତ କରିଛନ୍ତି ।

Comments are closed.