Latest Odisha News

BREAKING NEWS

ଆଜି ତିନି ରଥର ଦକ୍ଷିଣ ମୋଡ଼

ପୁରୀ: ଆଜି ପୁରୀରେ ତିନି ରଥର ହେବ ଦକ୍ଷିଣ ମୋଡ଼ । ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ହେବ । ଆଜି ସାଢ଼େ ୧୨ଟା ପରେ ଶରଧାବାଲିରେ ଥିବା ତିନି ରଥକୁ ବିଜେ ହେବ ମହାପ୍ରଭୁଙ୍କ ଆଜ୍ଞାମାଳ । ଏହାପରେ ଆରମ୍ଭ ହେବ ରଥଟଣା । ନାକଚଣା ଦ୍ୱାର ଆଗରେ ଲାଗିବେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ।

BjdElectrycity

ତିନି ରଥର ଦକ୍ଷିଣ ମୋଡ଼ ସହ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ବର୍ତ୍ତମାନ ଗୁଣ୍ଡିଚା ବାଡ଼ିରେ ଶ୍ରୀଜିଉମାନଙ୍କର ନୀତିକାନ୍ତ ଚାଲିଛି । ଗତକାଲି ଅନୁଷ୍ଠିତ ହୋଇଥିଲା ହେରା ପଞ୍ଚମୀ ନୀତି । ଅଭିମାନରେ ମାଆ ଲକ୍ଷ୍ଣୀ ଶରଧାବାଲିରେ ଥିବା ପ୍ରଭଉ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇଥିଲେ ।

ଆସନ୍ତା ଜୁଲାଇ ୧ ତାରିଖରେ ବାହୁଡ଼ା ଯାତ୍ରା ଥିବା ବେଳେ ୨ ତାରିଖରେ ସୁନାବେଶ । ୩ ତାରିଖରେ ଅଧରପଣା ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ୪ ତାରିଖରେ ନିଳାଦ୍ରୀ ବିଜେ ରହିଛି ।

Leave A Reply

Your email address will not be published.