ପୁରୀ: ପୁରୀ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରିଥିଲା । ଆଇପିଏସ୍ ଦିପ୍ତେଶ୍ ପଟ୍ଟନାୟକଙ୍କ ବିରୋଧରେ ଓ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ସସପେନ୍ସକୁ ନେଇ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜ୍ୟ ସରକାରଙ୍କ ବିରୋଧରେ କର୍ମୀମାନେ ନାରାବାଜି ଦେଇଥିଲେ । ଆଇପିଏସ୍ ଦୀପ୍ତେଶ୍ ପଟ୍ଟନାୟକ ଯେଉଁଭଳି ଭାବରେ ଆଦିବାସୀ ଲୋକଙ୍କୁ ମାଡ ମାରିଛନ୍ତି ତାଙ୍କ ବିରୋଧରେ କଣପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ସେ ନେଇ ଯୁବ ଓ ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି । ସେପଟେ ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ସହ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ଥିବା କୋଚ୍ଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଜିଲ୍ଲା କଂଗ୍ରେସ ଦାବି କରିଛିି । ରାଜଶ୍ରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ତାଙ୍କ ସାନ ଭଉଣୀକୁ ଚାକିରୀ ଖୁବଶୀଘ୍ର ସରକାର ପ୍ରଦାନ ନକଲେ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ବିଧାନସଭା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
BREAKING NEWS
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
Comments are closed.