Latest Odisha News

BREAKING NEWS

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ପୁଷ୍କର ସିଂ। ଶନିବାର ବିଜେପି ଖତିମା ବିଧାୟକ ପୁଷ୍କର ସିଂ ଧାମିଙ୍କୁ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଶୁକ୍ରବାର ଦିନ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଆଜି ଏହି ପଦବୀରେ ପୁଷ୍କର ସିଂ ଧାମିଙ୍କୁ ନିଯୁକ୍ତି ଦିଆଯାଇଛି।

ଶନିବାର ଦିନ ବିଜେପି ଏକ ବିଧାନସଭା ବୈଠକ କରି ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥିର କରିଛି। ସୂତ୍ରରୁ ପ୍ରକାଶ ଯେ ପୁଷ୍କର ସିଂ ଧାମିଙ୍କ ଶପଥ ଗ୍ରହଣ ସମାରୋହ ଆଜି ହେବାର ସମ୍ଭାବନା ରହିଛି।

Comments are closed.