ମୁମ୍ବାଇ: ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ରିଲିଜ୍ ହେବା ପୂର୍ବରୁ ଦକ୍ଷିଣ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବିରୋଧରେ ଅଭିଯୋଗ ଆସିଛି । ନିକଟରେ ମୁମ୍ବାଇରେ ଏକ ପ୍ରମୋସନାଲ ଇଭେଣ୍ଟ ସମୟରେ ଅଲୁ ଅର୍ଜୁନ ତାଙ୍କ ପ୍ରଶଂସକଙ୍କୁ ‘ଆର୍ମି’ ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିପାଇଁ ଶ୍ରୀନିବାସ ଗୌଡ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ମାମଲା ରୁଜୁ ହୋଇଛି । ହାଇଦ୍ରାବାଦର ଜବାହର ନଗର ପୋଲିସ ଷ୍ଟେସନରେ ଗୌଡ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଫ୍ୟାନ୍ ବେସ୍ ପାଇଁ ‘ଆର୍ମି’ ଶବ୍ଦର ବ୍ୟବହାରକୁ ସେ ବିରୋଧ କରିଛନ୍ତି ।
ଗ୍ରୀନ୍ ପିସ ଏନଭାରମେଣ୍ଟ ଆଣ୍ଡ ଓ୍ବାଟର ହାର୍ଭେଷ୍ଟିଂ ଫାଉଣ୍ଡେସନର ସଭାପତି ଶ୍ରୀନିବାସ ଏକ ଭିଡିଓରେ କହିଛନ୍ତି ଯେ, ଆମେ ଟଲିଉଡ ତାରକା ଅଲୁ ଅର୍ଜୁନଙ୍କ ବିରୋଧରେ ଅଭିଯୋଗ ଆଣିଛୁ ଏବଂ ତାଙ୍କୁ ଅନୁରୋଧ କରିଛୁ ଯେ, ସେ ପ୍ରଶଂସକଙ୍କ କ୍ଷେତ୍ରରେ ‘ଆର୍ମି’ ଶବ୍ଦ ବ୍ୟବହାର ନକରିବାକୁ । ସେମାନେ ଆମ ଦେଶକୁ ସୁରକ୍ଷା ଦିଅନ୍ତି, ତେଣୁ ସେ ପ୍ରଶଂସକଙ୍କୁ ଏହା କହିପାରିବେ ନାହିଁ । ଏହା ବଦଳରେ ସେ ଅନ୍ୟ ଶବ୍ଦ ବ୍ୟବହାର କରିପାରିବେ। ”
‘ପୁଷ୍ପା ୨: ଦ ରୁଲ୍ ‘ ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଅଲୁ ଅର୍ଜୁନଙ୍କ ସହ ‘ଶ୍ରୀବାଲ୍ଲୀ’ର ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦନା, ମାଲାୟାଲମ୍ ସୁପରଷ୍ଟାର ଫାହାଦ୍ ଫାସିଲ ଏବଂ ପ୍ରକାଶ ରାଜ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।
ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ପହଞ୍ଚିଥିବା ଅଲୁ ଅର୍ଜୁନ ରଶ୍ମିକା ମନ୍ଦନାଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ କହିଥିଲେ । ଅଭିନେତା ତାଙ୍କୁ ଏକ “ଚମତ୍କାର ବ୍ୟକ୍ତିତ୍ୱ” ଭାବରେ ବର୍ଣ୍ଣନା କରିଥିଲେ । ଅଲୁ ଅର୍ଜୁନ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ପାଇଁ ସେ କରିଥିବା ସମସ୍ତ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଦେବାକୁ ମୁଁ ଦୁଇ ମିନିଟ୍ ନେବାକୁ ଚାହୁଁଛି ।
ସେ କହିଛନ୍ତି ଯେ ରଶ୍ମିକାଙ୍କ ସମର୍ଥନ ବହୁତ ବଡ । ଶ୍ରୀବାଲ୍ଲୀଙ୍କ ସମର୍ଥନ ବିନା ଏହି ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ହୋଇପାରି ନଥାନ୍ତା । ମୁଁ ଏବଂ ମୋର ନିର୍ଦ୍ଦେଶକ ତାଙ୍କର ପ୍ରଶଂସକ ‘ପୁଷ୍ପା ୨: ଦ ରୁଲ’ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର ।