ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏକ ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭାରେ ଶୁକ୍ରବାର ଦିନ ମନ୍ତ୍ରୀ ଅଶୋକ ଚୌଧୁରୀ ବିରୋଧୀଙ୍କ ପ୍ରଶ୍ନ ଉପରେ ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଉଥିବା ବେଳେ ତାଙ୍କ ବ୍ରେସଲେଟକୁ ଛୁଇଁ ଦେଖୁଥିବାର ନୀତୀଶ ନଜର ଆସିଛନ୍ତି।
ସୂଚନା ଅନୁଯାୟୀ, ଅଶୋକ ଚୌଧୁରୀ ତାଙ୍କ ହାତରେ ଏକ ବ୍ରେସଲେଟ୍ ପିନ୍ଧିଥିଲେ, ଯେଉଁଥିରେ ରୁଦ୍ରାକ୍ଷ ଲାଗିଥିଲା। ମନ୍ତ୍ରୀ କହୁଥିବା ବେଳେ ରୁଦ୍ରାକ୍ଷଟି ହଲୁଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆଖି ଏହି ବ୍ରେସଲେଟ୍ ଉପରେ ପଡିଥିଲା ଓ ସେ ପଛକୁ ଯାଇ ବ୍ରେସଲେଟକୁ ଛୁଇଁ ଦେଖୁଥିଲେ। ତେବେ ସିଏମଙ୍କର ଏପରି ବ୍ଯବହାର ଦେଖି ମନ୍ତ୍ରୀ ଅଶୋକ ଚୌଧୁରୀ ନିଜ ହସକୁ ରୋକି ପାରିନଥିଲେ।
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
Comments are closed.