Latest Odisha News

ଆରମ୍ଭ ହେଲା ପୁଷ୍ପା-୨ କାଉଣ୍ଟ ଡାଉନ, ଆଉ ମାତ୍ର ୨୦୦ଦିନର ଅପେକ୍ଷା

ମୁମ୍ବାଇ: ପୁଷ୍ପା-୧ର ଜବରଦସ୍ତ ସଫଳତା ପରେ ଏବେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପୁଷ୍ପା-୨କୁ ଚାତକ ପରି ଚାହିଁ ବସିଛନ୍ତି । ଏହାରି ଭିତରେ ଅଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ପୁଷ୍ପା-୨ର ରିଲିଜ ଡେଟ୍ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା । ଆରମ୍ଭ ହୋଇଛି ପୁଷ୍ପା-୨ କାଉଣ୍ଟ ଡାଉନ । ଆଉ ମାତ୍ର ୨୦୦ଦିନର ଅପେକ୍ଷା । ଅଗଷ୍ଟ ୧୫ତାରିଖରେ ସାରା ଦେଶରେ ଏକାଧିକ ଭାଷାରେ ମୁକ୍ତିଲାଭ କରିବ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପା-୨ ।

ଗତକାଲି ଫିଲ୍ମର ନିର୍ମାତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଲେଖାଯାଇଛି ଯେ, ପୁଷ୍ପା-୨ ଆଗାମୀ ୨୦୦ ଦିନ ମଧ୍ୟରେ ଅର୍ଥାତ୍ ଅଗଷ୍ଟ ୧୫ତାରିଖରେ ସାରା ଦେଶରେ ରିଲିଜ୍ ହେବ । ବର୍ତ୍ତମାନ ଏହାର ସୁଟିଂ ଆରମ୍ଭ ହୋଇ ଯାଇଛି ।

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା: ଦି ରାଇଜ’ ୨୦୨୧ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଥିଲା । ସେହିପରି ‘ପୁଷ୍ପା: ଦ ରାଇଜ’ର ସିକ୍ଵେଲ ‘ପୁଷ୍ପା- ଦ ରୁଲ’ ୨୦୨୪ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହେବାକୁ ଯାଉଛି । ଫିଲ୍ମଟିର ବଜେଟ୍ ୫୦୦ କୋଟି ରହିଥିବା ବେଳେ ଏହି ଚଳଚ୍ଚିତ୍ର ପାଇଁ ନୂତନ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ନିର୍ଦ୍ଦେଶକ ସୁକୁମାରଙ୍କ ‘ପୁଷ୍ପା: ଦି ରାଇଜ୍’ ଡିସେମ୍ବର ୨୦୨୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​। ୨୦୨୧ର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହେଇଥିଲା ‘ପୁଷ୍ପା: ଦି ରାଇଜ୍’ । ସାରା ବିଶ୍ୱରେ ୪୦୦୦ରୁ ଅଧିକ ସ୍କ୍ରିନ୍‌ରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ରଟି ବିଶ୍ୱରେ ୩୫୦.୧ କୋଟି ଓ ଭାରତରେ ୨୬୭.୫୫କୋଟି ଆୟ କରିଥିଲା । ଏଥିସହ ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୧ରେ ‘ପୁଷ୍ପା: ଦି ରାଇଜ’ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା ।

Comments are closed.