Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ; ସୁନାବେଶରେ ଝଟକନ୍ତି ମହାପ୍ରଭୁ…

ପୁରୀ: ସୁନା ବେଶ ବା ରାଜାବେଶ ବା ବଡତଢ଼ାଉ ବେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ବେଶ । ଏଥିରେ ଠାକୁରଙ୍କୁ ସୁବର୍ଣ୍ଣ ଆଭୁଷଣରେ ସାଜ କରାଯାଏ । ପ୍ରତି ବର୍ଷ ସୁନାବେଶ ପାଂଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡା ଏକାଦଶୀ), କାର୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା) ଦିନ ଅନୁଷ୍ଠିତ ହୋଇଥାଏ । ସମସ୍ତ ସୁନାବେଶ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଉପରେ ହୋଇଥିବା ବେଳେ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ତିନି ରଥ ଉପରେ ଠାକୁରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।

ପୁଷ୍ୟାଭିଷେକରେ ସୁନା ବେଶ:

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ ଉତ୍ସବ ପୌଷପୂର୍ଣ୍ଣିମା ଦିନ ପାଳନ କରାଯାଏ । ଏଥିପାଇଁ ପୂର୍ବରୁ ବିଭିନ୍ନ ପ୍ରକାର ପ୍ରସ୍ତ୍ୁତି କରାଯାଇଥାଏ । ପୌଷ ଶୁକ୍ଲ ଏକାଦଶୀରେ ସନ୍ଧ୍ୟାଧୂପପରେ ଶ୍ରୀମନ୍ଦିର ପୁରୋହିତଙ୍କ ଦ୍ୱାରା ଏହା ସମାହିତ ହୋଇଥାଏ । ଭୋଗମଣ୍ଡପ ଚାରିପାଖ ପରିସ୍କାର ପରିଚ୍ଛନ୍ନ କରାଯାଇ ପବିତ୍ର କରାଯାଇଥାଏ । ନୂଆ ଚାନ୍ଦୁଆ ଲଗାଯିବା ସହ ଏହା ଗରାରେ ଘିଅ ଓ ପାଣି ରଖାଯାଇଥାଏ । ପୂର୍ଣ୍ଣିମା ଦିନ ଭୋଗମଣ୍ଡପ ଘରର ମୁଦ ଖୋଲାଯାଇ ରୋଷଘରୁ ନିଆଁ ଅଣାଯାଏ । ସେଥିରେ ଘିଅକୁ ତରଳାଯାଇ କୁମ୍ଭମାନଙ୍କରେ ଥିବା ପାଣିରେ ମିଶାଯାଏ । ଗରାବଡୁମାନେ ଘିଅ ଓ ଜଳ ଉକ୍ତ ପାତ୍ରିରେ ଦେଇ ଦର୍ପଣ ଉପରେ ଲାଗି କରନ୍ତି ।

 କେବଳ ଶ୍ରୀଜଗନ୍ନାଥଙ୍କ ବାଡରେ କରାଯାଏ । ପାଣି ପଡିବା ପରେ ପୁଷ୍ପାଳକମାନେ ମିଲମ କରି ନୂତନ ଲୁଗା ଲାଗି କରନ୍ତି । ପଣ୍ଡା,ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରନ୍ତି । ଏହା ପରେ ମହାଲକ୍ଷ୍ମୀ ଜଗମୋହନ ଖଟ ଉପରେ ବିଜେ ହୁଅନ୍ତି । ସେଠାରେ ମାଜଣା ଓ ଚନ୍ଦନଲାଗି ବେଶ ହୁଏ । ଏହା ପରେ ଆରମ୍ଭ ହୁଏ ମହାପ୍ରଭୁଙ୍କ ସୁନାବେଶ । ଏଥିରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର, ମାଳଫୁଲ କର୍ପୂର ଠାକୁରଙ୍କୁ ଲଗା ଯାଏ । ପଟୁଆର ସହିତ ଲକ୍ଷ୍ମୀ ବାହୁଡା ବିଜେ ହୋଇ ଭିତର ସିଂହାସନକକୁ ବିଜେ କରନ୍ତି । ଏହା ପରେ ପୂଜାପଣ୍ଡମାନେ ଷୋଡଶ ଉପଚାରରେ ପୂଜା କରନ୍ତି । ଭୋଗ ସରିବା ପରେ ପଣ୍ଡା, ପତି, ମଦିରସ୍ତ ତିନି ବାଡରେ ବନ୍ଦାପନା କରନ୍ତି ।

କ୍ଷିଣଘର ଭୋଗ ଶେଷ ହେବା ପରେ ରଘୁନାଥ ଠାକୁର ରତ୍ନ ସିଂହସନଙ୍କୁ ବିଜେ କରନ୍ତି । ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବା ପରେ ଲକ୍ଷ୍ମୀମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ କରନ୍ତି । ସେଠାରେ କାଠ ଭଦ୍ରାସନରେ ବିଜେ ହେବା ପରେ ମହାସ୍ନାନ ହୁଏ । ଭୋଗ ବନ୍ଦାପନା ପରେ ଦକ୍ଷିଣ ଘରକୁ ବିଜେ କରନ୍ତି ।

Leave A Reply

Your email address will not be published.