Latest Odisha News

ୟୁକ୍ରେନଠାରୁ ଛଡେଇ ନେଇଥିବା ୪ ଅଂଚଳରେ ରୁଷ ଲାଗୁ କଲା ମାର୍ଶଲ ଲ, କିଛି ବଡ ଘଟିବାକୁ ଯାଉଛି କି ?

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଆଜି ଏକ ଚିନ୍ତାଜନକ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁକ୍ରେନଠାରୁ କବଜା କରିଥିବା ୪ଟି ଅଂଚଳରେ ରୁଷ ମାର୍ଶାଲ ଲ ଲାଗୁ କରିଛି । ଏହି ଅଂଚଳଗୁଡିକ ହେଲା ଡୋନେଟେସ୍କ, ଲୁହାନ୍ସକ, ଜାପୋରିଜିୟା ଓ ଖେରସନ । ୟୁକ୍ରେନ ମଝିରେ ଏହି ଅଂଚଳର କିଛି ଅଂଶ ରୁଷ ହାତରୁ ଛଡେଇ ଆଣିବାରେ ସଫଳ ହୋଇଥିଲା । ତେବେ ବୁଧବାର ରୁଷ ଏଠାରେ ସାଧାରଣ ଜନତାଙ୍କୁ ବାହାର କରିବା କାର୍ଯ୍ୟ ଆରମ୍ଭ କରିଛି । ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠା ଯାଉଛି । ୟୁରୋପୀୟ ଦେଶଗୁଡିକ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ରୁଷ ଏଠାରେ କମ କ୍ଷମତା ବିଶିଷ୍ଟ ପରମାଣୁ ବୋମାର ବ୍ୟବହାର କରିପାରେ ।

ଯାହାକି ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ କହିଲେ ଭୁଲ ହେବନି । ଖେରସନରେ ଉଭୟ ଦେଶ ବାରମ୍ବାର ମୁହାଁମୁହିଁ ହେଉଥିବାରୁ ରୁଷ ଏହାର ସ୍ଥାୟୀ ସମାଧାନ ପାଇଁ ମାରାତ୍ମକ ପଦକ୍ଷେପ ନେଇପାରେ । ଅବଶ୍ୟ ବିଧିବଦ୍ଧ ଭାବେ ରୁଷ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.