Latest Odisha News

ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ: ସ୍ୱର୍ଣ୍ଣ ପରେ ରୌପ୍ୟ ଜିତିଲେ ଓଡିଶାର ଶ୍ରାବଣୀ

ବାଙ୍ଗାଲୋର: ଚଳିତ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ଷ୍ଟାର ଆଥଲେଟ ଶ୍ରାବଣୀ ନନ୍ଦଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମହିଳା ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଶ୍ରାବଣୀ ୨୦୦ମିଟରେ ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି । ୩୧ ବର୍ଷୀୟା ଏହି ସିନିୟର ଆଥଲେଟ ୨୩.୭୧ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ତାମିଲନାଡୁର ଅର୍ଚ୍ଚନା ସୁଶୀନ୍ଦ୍ରନ (୨୩.୪୩ସେ) ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୩ ଦିନ ତଳେ ୧୦୦ ମିଟରରେ ସେ ୧୧.୫୫ ସେକେଣ୍ଡ ସମୟରେ ରେସ ସମ୍ପୂର୍ଣ୍ଣ କରି ସ୍ୱର୍ଣ୍ଣ ପଦକ ହାତେଇ ନେଇଥିଲେ ।

BjdElectrycity

ରେଲୱେର ହିମାଶ୍ରୀ ରୟ (୧୧.୫୬) ଓ ଅର୍ଚ୍ଚନା(୧୧.୫୮) ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଅନ୍ୟ ଓଡିଆ ପ୍ରତିଯୋଗୀଙ୍କ ମଧ୍ୟରେ କିଶୋର କୁମାର ଜେନା ଜାଭେଲିନ ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୭୮.୦୫ ମିଟର ଦୂରତାକୂ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.