Latest Odisha News

BREAKING NEWS

ଜେଲେନସ୍କିଙ୍କୁ ହତ୍ୟା କରିବେ ନାହିଁ ବୋଲି କହିଛନ୍ତି ପୁତିନ !

ଜେରୁଜେଲମ: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ତେବେ ଏହି ଯୁଦ୍ଧକୁ ଶେଷ କରିବା ପାଇଁ ବିଭିନ୍ନ ମାଧ୍ୟମରେ ଉଦ୍ୟମ ହୋଇଛି । ରିପୋର୍ଟ ମୁତାବକ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ ମଧ୍ୟ ଏ ନେଇ ଉଦ୍ୟମ କରିଥିଲେ । ବେନେଟଙ୍କ କହିବା ଅନୁସାରେ ମୁଁ ଉଭୟ ଦେଶ ମଧ୍ୟରେ ଚୁକ୍ତି କରିବାକୁ ଚେଷ୍ଟ କରିଥିଲି । ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଏହି ଅବସରରେ ଜେଲନସ୍କିଙ୍କୁ ହତ୍ୟା କରିବେ ନାହିଁ ପ୍ରତିଶ୍ରୁତି ଦେଇଥିଲେ । ମୁଁ ଯେତେବେଳେ ପୁତିନଙ୍କୁ ପଚାରିଲି ଆପଣ ଜେଲନସ୍କିଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି କି ? ସେ କହିଥିଲେ ନାଁ ନାଁ ମୁଁ ତାଙ୍କୁ ମାରିବି ନାହିଁ ।

ବେନେଟ ପୁନର୍ବାର ପଚାରିଥିଲେ ଏହାକୁ ମୁଁ ସତ୍ୟ, ବିଶ୍ୱାସଯୋଗ୍ୟ ଓ ପ୍ରତିଶ୍ରୁତି ବୋଲି ଭାବିବି କି ? ପୁତିନ ଏହାର ଉତରରେ ହଁ କହିଥିଲେ । ବେନେଟ ଏହା ଜେଲନସ୍କିଙ୍କୁ ଜଣାଇଥିଲେ । ମାତ୍ର କୌଣସି କାରଣ ବଶତଃ ଏହି ଶାନ୍ତି ଚୁକ୍ତି କାର୍ଯ୍ୟକାରୀ ହୋଇପାରି ନ ଥିଲା । ବେନେଟଙ୍କ ଏହି ବୟାନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.