Latest Odisha News

BREAKING NEWS

ରିମାଣ୍ଡରେ ଗୋପାଳ, କେତେ ଆଗେଇଲା କ୍ରାଇମବ୍ରାଞ୍ଚ ତଦନ୍ତ ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାର ୭ ଦିନ ପରେ ବି ଖୋଲିନି ଗୁମର । ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ଗୋପାଳର ମାନସିକ ସ୍ଥିତି ଏବଂ ଲେୟାର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ କରୁଛନ୍ତି ଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲାବୋରେଟୋରୀ ଟିମ୍ ।

ଏଥିସହ ଗୋପାଳର ମାନସିକ ସ୍ଥିତିର ଅଧ୍ୟୟନ କରୁଛନ୍ତି ମାନସିକ ରୋଗ ବିଶେଷଜ୍ଞ । କ୍ରାଇମବ୍ରାଞ୍ଚ ପ୍ରଶ୍ନ ପଚାରିବା ବେଳେ ଏବଂ ତା’ ପରେ ଗୋପାଳର ମସ୍ତିଷ୍କରେ କଣ ଚାଲିଛି ? ମାନସିକ ସ୍ଥିତିର ଅଧ୍ୟୟନ କରାଯାଇଥିବା ବେଳେ ଅପେକ୍ଷା କରାଯାଇଛି । ପୂର୍ବରୁ ଗୋପାଳଙ୍କ ପତ୍ନୀ କହିଥିଲେ ସେ ମାନସିକ ଭାବେ ଅସୁସ୍ଥ ।

ଦ୍ୱିତୀୟ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଗୋପାଳକୁ ୪ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ ଆଜି ଝାରସୁଗୁ଼ଡ଼ାରେ ଜେରା କରାଯାଇଛି । ଗୋପାଳ ନାଁରେ ଦିଆଯାଇଥିବା ବନ୍ଧୁକ ଏବଂ ଗୁଳିଗୋଳାର ରେକର୍ଡ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ଜବତ କାଗଜପତ୍ରର ମଧ୍ୟ ଅନୁଧ୍ୟାନ କରାଯାଉଛି । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଏଡିଜି କ୍ୟାମ୍ପ କରି ତଦନ୍ତର ମନିଟରିଂ କରୁଛନ୍ତି । ତଦନ୍ତ ଜାରି ରହିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ତେବେ ହତ୍ୟାକାଣ୍ଡର ସପ୍ତାହକ ପରେ ମଧ୍ୟ କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର କାରଣ ଖୋଜି ପାଇ ନାହିଁ । ଯାହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର୍ ଧରିଛି । ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏଏସ୍ଆଇ ଗୋପାଳ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିଲା ।

Leave A Reply

Your email address will not be published.