Latest Odisha News

BREAKING NEWS

ନୂଆଦିଲ୍ଲୀ ଜି-୨୦ ବୈଠକରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି

ମସ୍କୋ: ଶୁକ୍ରବାର କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବରରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗଦେବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କୌଣସି ଯୋଜନା ନାହିଁ।

ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଗିରଫ ପରଓ୍ଲାନା ଜାରି କରିଛନ୍ତି। ଏହାର ଅର୍ଥ ସେ ବିଦେଶ ଯାତ୍ରା କରିବା ସମୟରେ ଗିରଫ ହେବାର ଆଶଙ୍କା ରହିଛି।

ଚଳିତ ସପ୍ତାହରେ ସେ ଦକ୍ଷିଣ ଆଫ୍ରିକାର ବ୍ରିକ୍ସର ନେତାମାନଙ୍କ ଏକ ସମାବେଶରେ ଭିଡିଓ ଲିଙ୍କ ଜରିଆରେ ଯୋଗ ଦେଇଥିଲେ, ବ୍ୟକ୍ତିଗତ ଭାବେ ନୁହେଁ। ଅନ୍ଯପଟେ ନିକଟରେ ପୁଟିନଙ୍କ ବିରୋଧୀ ତଥା ପୂର୍ବତନ ସହଯୋଗୀ ଓ୍ବାଗନର ଗ୍ରୁପର ମୁଖିଆ ୟୁଭଗେନି ପ୍ରିଗୋଝିନଙ୍କ ମୃତ୍ୟୁ ଘଟଛି। ମଝି ଆକାଶରେ ବିମାନ ଦୁର୍ଘଟଣା ହେବା ପଛରେ ପୁଚିନଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଯାହାକୁ ବିଶ୍ବ ନେତା ମଧ୍ୟ ନିନ୍ଦା କରୁଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ଜି-୨୦ ଅବସରରେ ବ୍ରିଟେନ, ଆମେରିକା ସମେତ ଅନେକ ଦେଶ ଯୋଗ ଦେବେ।

Leave A Reply

Your email address will not be published.