ମସ୍କୋ: ରୁଷ ଜିଦ ଛାଡିବା ମୁଡରେ ନାହିଁ । ୟୁକ୍ରେନର ପାଲଟା ଆକ୍ରମଣରେ ରୁଷର ୪୩୦୦ ସୈନିକ ଶହୀଦ ହୋଇ ସାରିଲେଣି । ଏହା ବ୍ୟତୀତ ୧୪୬ ଟ୍ୟାଙ୍କ, ୨୭ ବିମାନ ଓ ୨୬ ହେଲିକପ୍ଟର ନଷ୍ଟ ହୋଇସାରିଛି । ତାଜା ତଥ୍ୟ ଅନୁସାରେ ବେଲାରୁଷ ସୀମାରେ ରୁଷ ଏବଂ ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବ । ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ବେଲାରୁଷରେ ଏହି ଆଲୋଚନାକୁ ପ୍ରତ୍ୟାଖାନ କରିଥିଲେ । ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ନ୍ୟୁକ୍ଲିୟର ଫୋର୍ସକୁ ହାଇ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ୟୁରୋପ ଏବଂ ନାଟୋର ସଦସ୍ୟ ଦେଶମାନେ ଆମ ପ୍ରତି ଉତେଜନାମୂଳକ ବୟାନ ଦେଉଛନ୍ତି । ସେଥିପାଇଁ ଆମେ ସମସ୍ତ ପ୍ରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି ରୁଷ ପକ୍ଷରୁ କୁହାଯାଇଛି । ୟୁକ୍ରେନକୁ ଡରାଇବା ପାଇଁ ରୁଷ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ଧମକ ଦେଉଛି ନାଁ ନାଟୋ ଦେଶର ଭୟ ତାଙ୍କୁ ଖାଉଛି, ତାହା ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed.