Latest Odisha News

ଦୀର୍ଘ ୨ ବର୍ଷ ପରେ ଦେଖିବେ କ୍ଲାସ ରୁମ: ଆସନ୍ତାକାଲିଠାରୁ କ୍ଲାସ ରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଦେଖିବେ କ୍ଲାସ ରୁମ । ଆସନ୍ତାକାଲିଠାରୁ କ୍ଲାସ ରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରଥମ ସପ୍ତାହ ପାଠପଢା ହେବନି । ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହାସହ ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି । ତେଣୁ ଦୁଇ ବର୍ଷର ପାଠ ପଢା କ୍ଷତି ଭରଣା କରିବା ପାଇଁ ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ସରକାର ଯୋଜନା କରିଛନ୍ତି । ପିଲାଙ୍କ ଉପସ୍ଥାନ ଯେଭଳି ବଢିବ ସେନେଇ ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି । ତେଣୁ ଦୁଇ ବର୍ଷର ପାଠପଢା କ୍ଷତି ଭରଣା ପାଇଁ ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରାଯିବ । ଏଥିପାଇଁ ବୁଦ୍ଧିଜୀବୀ ଓ ଶିକ୍ଷାବିତ ମାନଙ୍କୁ ନେଇ ଆସନ୍ତା ଏପ୍ରିଲ ମାସରେ ଓସେପା ପକ୍ଷରୁ ଏକ ବୈଠକ ବସିବ । ଏଥିପାଇଁ ଏକ ସ୍ଵତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଉଛି । ଯାହାକି ଆସନ୍ତା ବର୍ଷ ମଧ୍ୟ ଚାଲିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ତେବେ ଦୁଇ ବର୍ଷ ପରେ ସ୍କୁଲ ଖୋଲୁଥିବାରୁ ପିଲା ମାନଙ୍କୁ ସ୍ଵାଗତ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ହୋଇଛି । କ୍ଲାସ ରୁମ ଗୁଡିକୁ ସାନିଟାଇଜ କରାଯାଉଛି । ଲକ୍ଷଣ ଥିବା ପିଲାଙ୍କ ପାଇଁ ସ୍ବତନ୍ତ୍ର କ୍ଲାସ ରୁମ କରାଯିବ ।

Comments are closed, but trackbacks and pingbacks are open.