Latest Odisha News

BREAKING NEWS

ୟୁରୋପୀୟ ଦେଶକୁ ନାଲି ଆଖି ଦେଖାଇଲେ ପୁଟିନ୍

ମସ୍କୋ: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ୟୁରୋପୀୟ ରାଷ୍ଟ୍ରକୁ ଧମକାଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ ଉପରେ ହମଲା ପାଇଁ ରୁଷ ଉପରେ ବିଭିନ୍ନ ଦେଶ ଅର୍ଥନୈତିକ କଟକଣା ଲଗାଇଛନ୍ତି । ରୁଷ୍ ପାଇଁ କିଛି ଦେଶ ବାୟୁସୀମା ବନ୍ଦ କରିଛନ୍ତି । ଏମିତି ସ୍ଥିତିରେ ପୁଟିନ୍ କହିଛନ୍ତି, ୟୁକ୍ରେନ ଯୁଦ୍ଧ ପରେ ତାଙ୍କ ଦେଶ ବିରୋଧରେ ୟୁରୋପୀୟ ରାଷ୍ଟ୍ର ଯେଉଁ ଅର୍ଥନୈତିକ କଟକଣା ଲଗାଇଛନ୍ତି ତାହା ଯୁଦ୍ଧ ଘୋଷଣା ସହିତ ସମାନ ।

ଆମେରିକା, ବ୍ରିଟେନ ସମେତ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଚେତାବନୀ ଶୁଣାଇଛନ୍ତି ପୁଟିନ୍ । ୟୁକ୍ରେନରେ ନୋ-ଫ୍ଲାଏ ଜୋନ୍ ଘୋଷଣା କଲେ ପରିଣତି ଭଲ ହେବନି । ଏହାକୁ ପ୍ରତ୍ୟକ୍ଷ ଭାବେ ରୁଷ୍ ବିରୋଧରେ ଯୁଦ୍ଧ ବିବେଚନା କରାଯିବ ବୋଲି ପୁଟିନ୍ କହିଛନ୍ତି ।

ୟୁକ୍ରେନରେ ‌ନୋ-ଫ୍ଲାଏ ଜୋନ୍ ଘୋଷଣା ପାଇଁ ନାଟୋକୁ ଅନୁରୋଧ କରିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଯାହାକୁ ନାଟୋ ପ୍ରତ୍ୟାଖ୍ୟାନ କରିଛି । ନାଟୋ କହିଛି, ୟୁକ୍ରେନରେ ନୋ-ଫ୍ଲାଏ ଜୋନ ଘୋଷଣା ‌ହେଲେ ୟୁରୋପରେ ବଡ଼ ଯୁଦ୍ଧ ହୋଇଯିବ । ୟୁକ୍ରେନ-ରୁଷ୍ ଯୁଦ୍ଧର ସେମାନେ ଅଂଶବିଶେଷ ନୁହନ୍ତି । ଏହାପରେ ଜେଲେନସ୍କି କହିଥିଲେ, ୟୁକ୍ରେନ ପତନ ହେଲେ ୟୁରୋପର ପତନ ହେବ ।

Comments are closed, but trackbacks and pingbacks are open.