Latest Odisha News

BREAKING NEWS

ଡ୍ରୋନ ଆକ୍ରମଣ ପରେ ରୁଷ ରାଷ୍ଟ୍ରପତି ବଙ୍କରକୁ ହେଲେ ସ୍ଥାନାନ୍ତରିତ

ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ହତ୍ୟା ପାଇଁ ୟୁକ୍ରେନ କ୍ରେମଲିନ ଉପରେ ଡ୍ରୋନ ଉଡାଇଥିଲା । ଅବଶ୍ୟ ରୁଷ ସେନା ଏହାକୁ ଖସାଇ ଦେଇଥିଲେ । ତଥାପି ଏହା ଏକ ଚିନ୍ତାଜନକ ବିଷୟ ହୋଇଥିବାରୁ ପୁଟିନଙ୍କ ସୁରକ୍ଷିତ ବଙ୍କରକୁ ସ୍ଥାନାନ୍ତରିତ କରାଯାଇଛି । ରୁଷ ଏହା ପରେ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି । ଏପରିକି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡମିର ଜେଲେନସ୍କିଙ୍କ ବାସଭବନ ଉପରେ ମଧ୍ୟ ରୁଷ ପକ୍ଷରୁ ମିସାଇଲ ମାଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୟୁକ୍ରେନର ଏହି ଡ୍ରୋନ ଆକ୍ରମଣ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ରୁଷ ପକ୍ଷରୁ କୁହାଯାଇଛି । ଏହାର ପ୍ରତିଶୋଧ ନିଆଯିବ ବୋଲି ସେନା ଚେତାବନୀ ଦେଇଛି । ଅପରପକ୍ଷରେ ୟୁକ୍ରେନ ଏହି ଆକ୍ରମଣ କରି ନାହିଁ ବୋଲି ସ୍ପଷ୍ଟ କରିଛି ।

ରୁଷ ଉତେଜନା ବୃଦ୍ଧି କରିବା ପାଇଁ ଏ ଭଳି କାଣ୍ଡ ରଚିଥିବା ୟୁକ୍ରେନ କହିଛି । ସେହିପରି ଆମେରିକା ସାହସରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଥିବା ରୁଷ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି । କୀଭ ଉପରେ ଏବେ ରୁଷ ସେନା ଘନ ଘନ ଆକ୍ରମଣ ଜାରୀ ରଖିଛନ୍ତି । ପୁଟିନଙ୍କ ସୁରକ୍ଷା ବଙ୍କର ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇ ନ ଥିଲେ ମଧ୍ୟ ଏଥିରେ ସମସ୍ତ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବସ୍ଥା ରହିଛି । ମିସାଇଲରେ ଆକ୍ରମଣ କରାଗଲେ ମଧ୍ୟ ଏହା କ୍ଷତିଗ୍ରସ୍ତ ହେବ ନାହିଁ ।

Leave A Reply

Your email address will not be published.