Latest Odisha News

BREAKING NEWS

ଗୋପରେ ବିଜେଡିକୁ ଝଟକା ! ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ

ପୁରୀ: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ରହସ୍ୟଜନକ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ବିଜେପି ବିଜୟୀ ହୋଇଛି । ନିମାପଡ଼ା ବିଧାନସଭା କ୍ଷେତ୍ରରେ ଆସୁଥିବା ଗୋପ ବ୍ଲକର ୧୧ ନମ୍ବର ଜିଲ୍ଲା ପରିଷଦ ଆସନକୁ ବିଜେଡି ଠାରୁ ଛଡ଼ାଇ ନେଇଛି ବିଜେପି ।

ଗୁରୁବାର ଘୋଷଣା ହୋଇଥିବା ଉପନିର୍ବାଚନ ଫଳାଫଳ ଅନୁସାରେ, ବିଜେପିର ପ୍ରମୋଦ କୁମାର ଜିତିଛନ୍ତି । ବିଜେଡିର ଭାଗିରଥୀ ସେନାପତିଙ୍କୁ ବିଜେପିର ପ୍ରମୋଦ ୧୭୬ ଖଣ୍ଡ ଭୋଟରେ ହରାଇଛନ୍ତି । ବିଜେପି ପ୍ରାର୍ଥୀ ୧୧ ହଜାର ୨୪୦ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ୧୦୨୪ ଖଣ୍ଡ ଭୋଟ୍ ପାଇଛନ୍ତି ।

ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପରେ ଏଠାରେ ଉପନିର୍ବାଚନ ହୋଇଥିଲା । ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ । ଏବେ ଉପନିର୍ବାଚନରେ ବିଜେଡି ସେଠାରେ ପରାଜୟ ବରଣ କରିଛି ।

Leave A Reply

Your email address will not be published.