Latest Odisha News

ବିଶ୍ୱର ସବୁଠାରୁ ବଡ ମିସାଇଲ ସତାନ ୨ ପରୀକ୍ଷଣ କରିବ ରୁଷ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧ ଏବଂ ନାଟୋ ସହ ଅଶାନ୍ତି ଯୋଗୁ ରୁଷ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜଭୁତ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ୟୁକ୍ରେନ ବିପକ୍ଷରେ ରୁଷର ଅନେକ ଯୁଦ୍ଧ ସାମଗ୍ରୀ ନଷ୍ଟ ହେବାରେ ଲାଗିଛି । ରିପୋର୍ଟ ମୁତାବକ ବିଶ୍ୱର ସବୁଠାରୁ ବାଲେଷ୍ଟିକ ମିସାଇଲ ସତାନ ୨କୁ ରୁଷ ପରୀକ୍ଷଣ କରିବାକୁ ଯାଉଛି । ଏହି ପରୀକ୍ଷଣ ପରେ କିଲର ହାଇପରସୋନିକ ପରମାଣୁ ମିସାଇଲ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ । ଏହି ମିସାଇଲ ଆମେରିକା ପର୍ଯ୍ୟନ୍ତ ଯାଇପାରିବ । ୧୪ ମହଲା ଉଚ୍ଚତା ବିଶିଷ୍ଟ ୨୦୮ ଟନର ଏହି ମିସାଇଲ ଆରଏସ ୨୮ ଭାବେ ମଧ୍ୟ ପରିଚିତ ।

ଆମେରିକା ଏହି ପରୀକ୍ଷଣ ନେଇ ଚିନ୍ତା ବ୍ୟକ୍ତ କରିଛି । ଏପରିକି ଏହା ଉପରେ ନଜର ରଖିବା ପାଇଁ ଗୋଇନ୍ଦା ବିଭାଗକୁ ସକ୍ରିୟ କରିଛି । ଏହି ମିସାଇଲ ପ୍ରଥମେ ୨୦୨୨ରେ ପରୀକ୍ଷଣ କରାଯାଇଥିଲା । ଏହା ବିଫଳ ହୋଇଥିଲା । ରୁଷର ଏହି ମିସାଇଲକୁ ୫ମ ଜେନେରେଶନର କୁହାଯାଉଛି । ଏହା ମାଧ୍ୟମରେ ରୁଷ ସହଜରେ ନାଟୋ ଦେଶଗୁଡିକୁ ଟାର୍ଗେଟ କରିବା ସହ ପରମାଣୁ ଆକ୍ରମଣ ମଧ୍ୟ କରିପାରିବ । ତେବେ ଏହି ପରୀକ୍ଷଣ କେତେ ସଫଳ ହେଉଛି ସେଥିପ୍ରତି ସମସ୍ତ ଦେଶର ନଜର ରହିଛି ।

Comments are closed.