ନୂଆଦିଲ୍ଲୀ:ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସିନ୍ଧୁ ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ହାଇଦ୍ରାବାଦର ଆଇଟି ପ୍ରଫେସନାଲ୍ ଭେଙ୍କଟ ଦତ୍ତା ସାଇଙ୍କ ସହ ବିବାହ କରିବେ । ତେବେ ସିନ୍ଧୁ ନିଜ ବାହାଘରକୁ ନିମନ୍ତ୍ରଣ କରିବାକୁ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଘରକୁ ଭାବି ସ୍ବାମୀଙ୍କ ସହ ପହଞ୍ଚି ନିମନ୍ତ୍ରଣ କାର୍ଡ ଦେଇଛନ୍ତି ।
ପୂର୍ବତନ କ୍ରିକେଟର ସଚିନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତେନ୍ଦୁଲକର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି,’ବ୍ୟାଡମିଣ୍ଟନରେ ସ୍କୋର ସର୍ବଦା’ ପ୍ରେମ ‘ରୁ ଆରମ୍ଭ ହୋଇଥାଏ | ଭେଙ୍କଟ ଦତ୍ତା ସାଇଙ୍କ ସହିତ ତମର ସୁନ୍ଦର ଯାତ୍ରା ସର୍ବଦା ‘ପ୍ରେମ’ସହ ଚାଲିଥାଉ |ବ୍ୟକ୍ତିଗତ ଭାବରେ ଆମକୁ ତମର ବିଶେଷ ଦିନରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିବାରୁ ଧନ୍ୟବାଦ | ତୁମ ଦୁହିଁଙ୍କ ପାଇଁ ଅସୀମ ସୁଖର କାମନା କରୁଛି ।
ସୂଚନାଥାଉକି, ଡିସେମ୍ବର ୨୦ରୁ ସିନ୍ଧୁଙ୍କ ବିବାହ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଯିବ ଓ ବାହାଘର ପାର୍ଟି ଡିସେମ୍ବର ୨୪ରେ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବ ।
Comments are closed.