Latest Odisha News

BREAKING NEWS

ନିରାଶ କଲେ କଙ୍ଗନା

ନୂଆଦିଲ୍ଲୀ: ମଲ୍ଟିପ୍ଲେକ୍ସ ଚେନ୍ PVR ସିନେମାଗୁଡିକ କଙ୍ଗନା ରାଣାୱତଙ୍କ ଅଭିନୀତ ଚଳଚ୍ଚିତ୍ର ‘ଥାଲାଇଭି’ ଦଳକୁ ନିବେଦନ କରିଛନ୍ତି ଯେ ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ପାଇଁ ପ୍ରେକ୍ଷାଳୟ ଏବଂ ଡିଜିଟାଲ୍ ପ୍ରିମିୟର୍ ମଧ୍ୟରେ ଅବଧିକୁ ଦୁଇରୁ ଚାରି ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ତାମିଲ ଏବଂ ତେଲୁଗୁ ସଂସ୍କରଣ ପାଇଁ ନିର୍ମାତାମାନେ ଚାରି ସପ୍ତାହ ଅବଧି ପାଇଁ ରାଜି ହୋଇସାରିଛନ୍ତି ବୋଲି କମ୍ପାନୀ କହିଛି।

ସ୍ୱର୍ଗତ ଅଭିନେତା-ରାଜନେତ୍ରୀ ଜେ. ଜୟଲଳିତାଙ୍କ ଉପରେ ଆଧାରିତ ଏହି ବାୟୋପିକ୍ ଥାଲାଇଭି ସେପ୍ଟେମ୍ବର ୧୦ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ୧୪ ଦିନ ମଧ୍ୟରେ ପ୍ରିମିୟର ପାଇଁ ନେଟଫ୍ଲିକ୍ସ ଦ୍ୱାରା ହିନ୍ଦୀ ସଂସ୍କରଣ ହାସଲ କରାଯାଇଛି। ଅନ୍ୟପକ୍ଷରେ ତାମିଲ ଏବଂ ତେଲୁଗୁ ସଂସ୍କରଣ ଆମାଜନ ପ୍ରାଇମ ଭିଡିଓ ଦ୍ୱାରା ପ୍ରସାରିତ ହେବ ବୋଲି ଜଣାପଡ଼ିଛି। ଯାହା ଏକ ମାସ ପରେ ପ୍ରିମିୟର ହେବ।

ଥାଲାଇଭି ମୁକ୍ତିଲାଭ ପାଇଁ କଙ୍ଗନା ରାଣାୱତ୍‌ ୨ ସପ୍ତାହ ଥିଏଟ୍ରିକାଲ୍‌ ୱିଣ୍ଡୋ ଦାବି କରିବା ପରେ ପିଭିଆର୍‌ ‘ନିରାଶ’ ହୋଇଥିବା ଜଣାପଡ଼ିଛି।

Comments are closed.