Latest Odisha News

BREAKING NEWS

ଅଗଷ୍ଟ ୧୫ ସୁଦ୍ଧା ସରକାର ଦାବି ପୂରଣ ନ କଲେ ୧୬ରେ ବସ୍ ଚଳାଚଳ ବନ୍ଦର ଚେତାବନୀ ଦେଲା ସଂଘ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଲୋକେସନ ଆକ୍ସେସିବଲ ମଲ୍ଟିମୋଡାଲ ଇନିସିଏଟିଭ୍ (LAccMI) ଯୋଜନାକୁ ବିରୋଧ କରିଛି ରାଜ୍ୟର ଘରୋଇ ବସ ମାଲିକ ସଂଘ। ରାଜ୍ୟବ୍ୟାପୀ ଲୋକଙ୍କୁ ଶସ୍ତାରେ ପରିବହନ ସୁବିଧା ଯୋଗାଇ ଦେବା ପାଇଁ ଖୁବଶୀଘ୍ର ଏହି ଯୋଜନା ଆରମ୍ଭ ହେବାର ସମ୍ଭାବନା ରହିଛି।ତେବେ ବାହାରୁ ବସ୍ ନ ଆଣିବା ଏବଂ ଏହା ବଦଳରେ ସମସ୍ତ ଘରୋଇ ବସକୁ ଏହି ଯୋଜନାରେ ସାମିଲ କରିବା ପାଇଁ ଅଲ୍ ଓଡ଼ିଶା ପ୍ରାଇଭେଟ୍ ବସ୍ ମାଲିକ ସଂଘ ଦାବି କରିଛି।

ଅଗଷ୍ଟ ୧୫ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କଲେ ଆସନ୍ତା ୧୬ ତାରିଖରେ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଲୋକେସନ ଆକ୍ସେସିବଲ ମଲ୍ଟିମୋଡାଲ ଇନିସିଏଟିଭ୍ ଯୋଜନା ଅନୁଯାୟୀ, ଗାଁରେ ବସ୍ ଚଳାଚଳ କରିବ। ଯଦି ବସ ଯଦି ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳ କରିବ ତେବେ ଆମର କୌଣସି ଆପତ୍ତି ନାହିଁ। ହେଲେ ଯଦି ପଞ୍ଚାୟତରୁ ବ୍ଲକ୍ ଓ ରାଜ୍ୟ ତଥା ରାଜଧାନୀ ମୁଖ୍ୟାଳୟରୁ ପୁଣି ବସ୍ ଚଳାଚଳ କରିବ ତେବେ ଆମ ବସ୍ କିପରି ଚାଲିବ ବୋଲି ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ପ୍ରଶ୍ନ କରିଛନ୍ତି।

ବାହାରୁ ବସ୍ ଆଣିବା ପରିବର୍ତ୍ତେ ରାଜ୍ୟରେ ଚଳାଚଳ କରୁଥିବା ସମସ୍ତ ଘରୋଇ ବସକୁ ଲୋକେସନ ଆକ୍ସେସିବଲ ମଲ୍ଟିମୋଡାଲ ଇନିସିଏଟିଭ୍ ଯୋଜନାରେ ନିୟୋଜିତ କରିବାକୁ ଦାବି କରିଛନ୍ତି। ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଅଗଷ୍ଟ ୧୬ ତାରିଖରେ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି।

Leave A Reply

Your email address will not be published.