Latest Odisha News

ପାଇଥନ ଖାଇଲେ ବଢିବ ପ୍ରୋଟିନ!

ନୂଆଦିଲ୍ଲୀ: ଟିକେ କଳ୍ପନା କରନ୍ତୁ ଆପଣ ରେଷ୍ଟୁରାଣ୍ଟକୁ ଯାଇଛନ୍ତି ଏବଂ ସେଠାରେ ଖାଇବାକୁ ଏକ ଜୁସି ଥିକ୍ ଷ୍ଟିକ୍ ଅର୍ଡର କରିବାକୁ ଚିନ୍ତା କରିଛନ୍ତି। କିନ୍ତୁ ରେଷ୍ଚୁରାଣ୍ଟର ମେନ୍ୟୁରେ ଯେକୌଣସି ଥିକ୍ ଷ୍ଟିକ୍ ଅର୍ଡର କଲେ ପାଇଥନ ଷ୍ଟିକ୍ ମଧ୍ୟ ଚୟନ କରିବା ଅପସନ ରହିଛି। ଏହା ଶୁଣି ନିହାତି ଟିକେ ଆଶ୍ଚର୍ଯ୍ୟ ଲାଗିବ ! ସାପକୁ ଦେଖିଲେ ଡର ଲାଗେ, କିନ୍ତୁ ଏହାକୁ ଖାଇବା କଥା କେବେ ବି କଳ୍ପନା କରିହୁଏନି। ବର୍ତ୍ତମାନ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବକୁ ନେଇ ବିଶ୍ୱ ମୁକାବିଲା କରୁଛି। ତେଣୁ ଅନୁସନ୍ଧାନକାରୀମାନେ ପାଇଥନ୍ ବା ଅଜଗର ସାପ ଆଡକୁ ମୁହାଁଉଛନ୍ତି। କାରଣ ବର୍ତ୍ତମାନ ବଜାରରେ ପାଇଥନ ଚର୍ମ ଏବଂ ମାଂସର ଅଧିକ ଚାହିଦା ବଢିଛି।

ଫ୍ୟାଶନ୍ ଇଣ୍ଡଷ୍ଟ୍ରିରେ ମୁଖ୍ୟତଃ ପାଇଥନ୍‌ର ଅଧିକା ଚାହିଦା ରହିଛି। ଯାହା ୟୁରୋପୀୟ ବଜାରରେ ହ୍ୟାଣ୍ଡବ୍ୟାଗ, ଜୋତା ଏବଂ ବେଲ୍ଟ ଭଳି ବିଳାସପୂର୍ଣ୍ଣ ଜିନିଷରେ ପ୍ରକ୍ରିୟାକରଣ କରାଯାଏ। ପାଇଥନର ଚର୍ମ ଏହାର ଅନନ୍ୟ ଢାଞ୍ଚା ଏବଂ ସ୍ଥାୟୀତ୍ୱ ପାଇଁ ମୂଲ୍ୟବାନ ଅଟେ। ଏହାକୁ ଉଚ୍ଚ-ସ୍ତରୀୟ ଫ୍ୟାଶନରେ ଏକ ଲୋକପ୍ରିୟ ବିକଳ୍ପ ଭାବେ ବିବେଚନା କରାଯାଏ। ପାଇଥନର ଚର୍ମ ଗଭୀର ହେବା ସତ୍ତ୍ୱେ ଏହା ପ୍ରକୃତରେ ଦେଖିବାକୁ ବହୁତ ସୁନ୍ଦର। ତେଣୁ ଏହାର ଚର୍ମ ଦ୍ୱାରା ବିଭିନ୍ନ ପ୍ରକାର ବ୍ୟାଗ, ଜୋତା, କୋଟ ଆଦି ତିଆରି କରାଯାଏ।  ଯେଉଁଥିପାଇଁ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ଏହାର ଚାହିଦା ଅଧିକ ରହିଛି।

ବୈଜ୍ଞାନିକ ରିପୋର୍ଟ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଏହି ପ୍ରଜାତିର ସାପର ପ୍ରଜନନ କ୍ଷମତା ଏବଂ ଦ୍ରୁତ ଗତିରେ ବୃଦ୍ଧି ହେବାର ଉଲ୍ଲେଖନୀୟ କ୍ଷମତା ଅଧିକ ରହିଛି। ଏହି ସାପମାନେ ପାରମ୍ପାରିକ ପଶୁପାଳନ ପ୍ରୋଟିନ୍ ଉତ୍ସ ସହିତ ଜଡିତ କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବାରେ ସାହାଯ୍ୟ କରିପାରନ୍ତି।

ଚଳିତ ବର୍ଷ ପ୍ରାରମ୍ଭରେ ପ୍ରକାଶିତ ଏକ ଅଧ୍ୟୟନରେ ସିଦ୍ଧାନ୍ତ ନିଆଯାଇଛି ଯେ ପାଇଥନ୍ ଚାଷ ​​ବିଶ୍ୱର ଖାଦ୍ୟ ନିରାପତ୍ତା ପାଇଁ ଏକ ସ୍ଥିର ତଥା ଦକ୍ଷ ପ୍ରତିକ୍ରିୟା ପ୍ରଦାନ କରିପାରିବ। ଏହା କେବଳ ଏକ ତତ୍ତ୍ୱ ଭିତ୍ତିକ ଧାରଣା ନୁହେଁ ବରଂ ଚାଇନା ଏବଂ ଭିଏତନାମରେ ପ୍ରାୟ ୪ ହାଜାର ପାଇଥନ୍ ଫାର୍ମ ରହିଛି, ଯାହା ମୁଖ୍ୟତଃ ଫ୍ୟାଶନ୍ ଇଣ୍ଡଷ୍ଟ୍ରି ପାଇଁ କାର୍ଯ୍ୟ କରୁଛି।

ଏହି ପ୍ରଜାତିର ସାପ ଅଜଗର ବା ପାଇଥନ ଯୁଗ ଯୁଗ ଧରି ଅନେକ ଦକ୍ଷିଣ ପୂର୍ବ ଏବଂ ପୂର୍ବ ଏସୀୟ ସମ୍ପ୍ରଦାୟର ପ୍ରମୁଖ ଖାଦ୍ୟରେ ସ୍ଥାନ ପାଇଛି। ପାଇଥନରେ ପ୍ରୋଟିନର ପରିମାଣ ଅଧିକ ରହିଛି ବୋଲି ରିସରର୍ଚ୍ଚରୁ ଜଣାପଡିଛି। ହଂକଂର ଷ୍ଟ୍ରିଟ ଫୁଡରେ ଅନ୍ତର୍ଭୁକ୍ତ ଏହି ପାଇଥନ। ଏହି ସାପର ମାଂସର ସୁପ୍ ସେଠାରେ ବହୁତ ଲୋକପ୍ରିୟ । ବର୍ତ୍ତମାନ, ଗବେଷକମାନେ ମତ ଦେଉଛନ୍ତି ଯେ ପାଇଥନ ମାଂସ ଅଧିକ ବ୍ୟାପକ ଭାବରେ ବ୍ୟବହୃତ ହୋଇପାରିବ।

Comments are closed.