Latest Odisha News

ସବୁଠାରୁ ଦାମୀ କ୍ୟାମେରା ଲେନ୍ସ କିଣିଲେ କତାରର ରାଜକୁମାର

ଦୋହା: କତାରର ପ୍ରିନ୍ସ ସାଉଦ ବିନ ମହମ୍ମଦ ଅଲ ଥାନି ବିଶ୍ୱର ସବୁଠାରୁ ଦାମୀ କ୍ୟାମେରା ଲେନ୍ସ କିଣିଛନ୍ତି । ଫଟୋଗ୍ରାଫି ପ୍ରତି ପ୍ରିନ୍ସଙ୍କ ଦୁର୍ବଳତା ରହିଛି । ଏହାକୁ ପୂରଣ କରିବା ପାଇଁ ସେ ଲାଇକାର ୧୬.୪୩ କୋଟି ଟଙ୍କାର ଲେନ୍ସ କିଣିଛନ୍ତି । ଏହା ସବୁଠାରୁ ଲମ୍ବା ଏବଂ ଓଜନଦାର ଲେନ୍ସ । ଏହାର ଲମ୍ବ ୧.୨ ମିଟର । ଏହା ଦେଖିବାକୁ ରକେଟ ଲଂଚର ସଦୃଶ । ଲେନ୍ସରେ ୧୬୦୦ ଏମଏମର ଫୋକାଲ ଲେନ୍ଥ ଲଗା ହୋଇଛି । କତାର ପ୍ରିନ୍ସ ୱାଇଲ୍ଡ ଲାଇଫ ଫଟୋଗ୍ରାଫି ପାଇଁ ଏହି ଲେନ୍ସ କିଣିଥିବା ଜଣାପଡିଛି ।

ଏଥିପାଇଁ ଆବଶ୍ୟକ କ୍ୟାମେରାକୁ ଉପଯୋଗ କରିବା ନିମନ୍ତେ ଅଲ ଥାନି ମର୍ସିଡେଜ କମ୍ପାନୀକୁ ଏକ ସ୍ୱତନ୍ତ୍ର ଧରଣର ଗାଡି ନିର୍ମାଣ କରିବା ପାଇଁ ଅନୁରୋଧ କରିଛନ୍ତି । ମର୍ସିଡେଜ କମ୍ପାନୀ ଗାଡିର ଡିଜାଇନ ସମ୍ପର୍କରେ କୌଣସି ଖୁଲାସା କରି ନାହିଁ । ଏହି କ୍ୟାମେରା ଲେନ୍ସର କ୍ଷମତା ସମ୍ପର୍କରେ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ । ଏ ପର୍ଯ୍ୟନ୍ତ ପ୍ରିନ୍ସ ଏଥିରେ ଉଠାଇଥିବା କୌଣସି ଫଟୋ ସମ୍ମୁଖକୁ ଆସି ନାହିଁ ।

Leave A Reply

Your email address will not be published.