Latest Odisha News

ସିଲିଣ୍ଡରରୁ ଆଉ ଚୋରି ହେବନି ଗ୍ୟାସ୍, ଲାଗିବ କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ଗ୍ୟାସ୍ ଚୋର ସାବଧାନ । ଆଉ ସିଲିଣ୍ଡରରୁ କାଢ଼ି ପାରିବେନି ଗ୍ୟାସ୍ । ଗ୍ୟାସ ଚୋରି ରୋକିବ କ୍ୟୁଆର୍ କୋଡ୍ । ସିଲିଣ୍ଡରରୁ ଗ୍ୟାସ୍ ଚୋରି କଲେ ଧରା ପକାଇ ଦେବ କ୍ୟୁଆର୍ କୋଡ୍ । ଖୁବଶୀଘ୍ର କେନ୍ଦ୍ର ସରକାର ସମସ୍ତ ଗ୍ୟାସ ଟାଙ୍କିରେ କ୍ୟୁଆର୍ କୋଡ୍ ଲଗାଇବେ । ପୁରୁଣା ସହ ନୂଆ ସିଲିଣ୍ଡରରେ ବି ଲାଗିବ କ୍ୟୁଆର୍ କୋଡ୍ ।

ସିଲିଣ୍ଡରରେ କ୍ୟୁଆର୍ କୋଡ୍ ଲାଗିଲେ ଗ୍ୟାସ୍ ଚୋରି କମିବ । ଏଥି ସହ ଚୋରଙ୍କ ଡର ବଢ଼ିବ । ବିଶ୍ୱ ଏଲପିଜି ସପ୍ତାହ-୨୦୨୨ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କ୍ୟୁଆର୍ କୋଡ୍ ବାବଦରେ କହିଛନ୍ତି । ମନ୍ତ୍ରୀଙ୍କ ଅନୁସାରେ, ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଗ୍ୟାସ ସିଲିଣ୍ଡରରେ କ୍ୟୁଆର୍ କୋଡ୍ ଲଗାଯିବ ।

ଅର୍ଥାତ୍ ନୂଆ ବର୍ଷ ୨୦୨୩ ଫେବ୍ରୁଆରୀରୁ କ୍ୟୁଆର୍ କୋଡ୍ ଥିବା ସିଲିଣ୍ଡର ମିଳିବ । ଉକ୍ତ କ୍ୟୁଆର୍ କୋଡ୍ ଦ୍ୱାରା ସିଲିଣ୍ଡର ଟ୍ରାକିଂ ସହଜ ହେବା ସହ ଗ୍ୟାସ୍ ଚୋରି ଧରା ପଡ଼ିବ । ସିଲିଣ୍ଡର ନେଇ ଗ୍ରାହକ କୌଣସି ଅଭିଯୋଗ କଲେ କ୍ୟୁଆର୍ କୋଡରୁ ସବୁକିଛି ଜଣା ପଡ଼ିଯିବ ।

Comments are closed.