Latest Odisha News

BREAKING NEWS

୧୩୫ ଟଙ୍କାରେ ୭ ଦିନିଆ ବିଦେଶ ଯାତ୍ରା

ନୁୂଆଦିଲ୍ଲୀ:  ବିଦେଶ ଯାତ୍ରା କରିବାକୁ ସମସ୍ତଙ୍କର ମନ । ହେଲେ ପକେଟ ସମସ୍ତଙ୍କୁ ଅନୁମତି ଦିଏନି । ତେଣୁ ବିଦେଶ ଭ୍ରମଣ ସ୍ୱପ୍ନ ସମସ୍ତଙ୍କର ଅଧାରେ ରହିଯାଏ । ହେଲେ ଏହି ଖବର ଶୁଣିବା ପରେ ମରିଯାଇଥିବା ସ୍ୱପ୍ନ ପୁଣି ମୁଣ୍ଡ ଟେକିବ ।

ମାତ୍ର ୧୩୫ଟଙ୍କାରେ ୭ ଦିନିଆ ବିଦେଶ ଯାତ୍ରା । ତା ଭିତରେ ସାମିଲ ରହିଛି ଫ୍ଲାଇଟ ଓ ହୋଟେଲ ଖର୍ଚ୍ଚ । ଅର୍ଥାତ ୭ ଦିନିଆ ବିଦେଶ ଯାତ୍ରା ସହ ଫ୍ଲାଇଟ ଟିକେଟ ଓ ହୋଟେଲ ଖର୍ଚ୍ଚ ମାତ୍ର ୧୩୫ଟଙ୍କାରେ । ବିଶ୍ୱାସ ହେଉନାହିଁ ନା ? ହେଲେ କଥାଟା ପୂରା ସତ । ଜଣେ  ଯୁବକ ମାତ୍ର ୧୩୫ ଟଙ୍କା ଅର୍ଥାତ୍ ୧.୪୦ ବ୍ରିଟିଶ ପାଉଣ୍ଡରେ ୭ ଦିନିଆ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏତିକି ଟଙ୍କାରେ ଫ୍ଲାଇଟ୍ ଏବଂ ହୋଟେଲ ଖର୍ଚ୍ଚ ବି ରହିଛି ।

ବ୍ରିଟେନର ଇଷ୍ଟ ସସେକ୍ସର ବାସିନ୍ଦା ନିଲ ଏଲର୍ଡ । ସେ ଜେଟ୍୨ ହଲିଡେ କମ୍ପାନୀର ନିଲାମ ପ୍ରତିଯୋଗିତାରେ ଭାଗ ନେଇଥିଲେ  । ନିଲାମର ସେ ବି ଦର ଡାକିଥିଲେ । ନିଲାମରେ ତାଙ୍କୁ  ସାୟପ୍ରସର ପାପହୋସ ସହର ବୁଲିବା ମୌକା ମିଳିଛି ।

ପ୍ରକୃତ କଥା ହେଲା ଜେଟ୍ ୨ ହଲିଡେ କମ୍ପାନୀ ଛୁଟିଦିନରେ ଯିବା ପାଇଁ ମୋବାଇଲ ଆପରେ ନିଲାମ ଲଗାଇବାର ମୌଉକା ଦେଇଥାଏ । ଯେଉଁ ବ୍ୟକ୍ତି ସବୁଠାରୁ କମ ନିଲାମ ଲଗାବ ସେ ବିଜେତା ହୋଇଥାଏ ଏବଂ  ତାଙ୍କୁ କମ୍ପାନୀ ଦ୍ୱାରା ଦିଆଯାଇଥିବା ଅଫରରେ ବିଦେଶ ଭ୍ରମଣର ସୁଯୋଗ ମିଳିଥାଏ  । ଏହି ନିଲାମ ସୋମବାର ଆରମ୍ଭ ହୋଇ ଗୁରୁବାର ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥାଏ । ସେହି ଦିନ ସବୁଠାରୁ କମ ନିଲାମ କିଏ ଡାକିଥାଏ ତାହା ଘୋଷଣା କରାଯାଇଥାଏ ।

ନିଲ ୨୭ତମ ବ୍ୟକ୍ତି ଯିଏକି କମ୍ପାନୀ ଦ୍ୱାରା ଏହି ଅଫର ପାଇଛନ୍ତି । ସେମିତିରେ କମ୍ପାନୀ ଗ୍ରୀସ, ସାୟପ୍ରସ, ସ୍ପେନ, ତୁର୍କୀ ଭଳି ଦେଶକୁ ଛୁଟିଦିନ ଅଫର ଦେଇଥାଏ । ନିଲଙ୍କ କହିବାନୁସାରେ ସେ ପୂର୍ବରୁ ବି ଏହି ପ୍ରତିଯୋଗିତାରେ  ଭାଗ ନେଇଥିଲେ । କିନ୍ତୁ ଅସଫଳ ହୋଇଥିଲେ । ଏହି ଥର ସେ ୧୩୫ର ନିଲାମ ଡାକି ବିଜେତା ହୋଇଛନ୍ତି ।

Leave A Reply

Your email address will not be published.