Latest Odisha News

BREAKING NEWS

ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦି

ଦିଲ୍ଲୀ :ଜାପାନର ଟୋକିଓରେ ମଙ୍ଗଳବାର ବସିବ କ୍ବାଡ୍ ସମ୍ମିଳନୀ  । କ୍ୱାଡ୍ ଦେଶ ସମୂହ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ବାଡର ଏହା ଚତୁର୍ଥ ବୈଠକ । ସମ୍ମିଳନୀରେ ଭାରତ -ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ନେଇ ସକାରାତ୍ମକ ଏବଂ ଗଠନମୂଳକ ଏଜେଣ୍ଡା ଲାଗୁ କରିବା ନେଇ ଆଲୋଚନା ହେବ । ବିଶେଷଭାବେ ଏହି କ୍ଷେତ୍ରରେ କେତେ ପ୍ରଗତି ହୋଇଛି ଏବଂ ଭବିଷ୍ୟତରେ କି କି ପଦକ୍ଷେପ ନିଆଯିବ ସେନେଇ ମଧ୍ୟ ଆଲୋଚନା ହେବ। ସମସ୍ତଙ୍କ ନଜର ରହିବ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପିଏମ ମୋଦୀଙ୍କ ଦ୍ବିପାକ୍ଷିକ ବୈଠକ ଉପରେ।

ସୂଚନାନୁସାରେ, ଦୁଇ ଦୁନିଆ ଜାପାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ତେବେ କ୍ୱାଡ୍ ବୈଠକ ପୂର୍ବରୁ ଜାପାନ ରାଜଧାନୀ ଟୋକିଓରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ପିଏମ ମୋଦି  ।  ୧୩୦ କୋଟି ଭାରତୀୟଙ୍କ ସଂକଳ୍ପ ସାକାର କରିବାରେ ଲାଗିଛି। ଭାରତ ତାର ପୂର୍ବ ଗୌରବକୁ ହାସଲ କରିବାକୁ ଲାଗିଛି। ଦୁନିଆରେ ଏବେ ଭାରତୀୟ ଲୋକ ଆଖିକୁ ଆଖି ମିଶାଇ କଥା କହିପାରୁଛନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ସେହିପରି ଟୋକିଓରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଇଣ୍ଡୋ-ପାସିଫିକ୍ ଇକୋନୋମିକ୍ ପ୍ରେମଓ୍ୱାର୍କ ସମ୍ମଳନୀରେ ସାମିଲ ହୋଇଥିଲେ।

Comments are closed.