Latest Odisha News

BREAKING NEWS

୧୦ ଘଣ୍ଟାରେ ଦୁନିଆକୁ ବଦଳାଯାଇପାରେ: ୯୦ ଘଣ୍ଟା କାର୍ଯ୍ୟକୁ ନେଇ ଆନନ୍ଦ ମହିନ୍ଦ୍ରାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶନିବାର ଦିନ କାମର ଗୁଣବତ୍ତା ଉପରେ ଧ୍ୟାନ ଦେବା ନେଇ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି ଯେ କାମର ପରିମାଣ ଉପରେ ନୁହେଁ, ଗୁଣବତ୍ତା ଉପରେ ଧ୍ୟାନ ଦିଅ, କାରଣ ଦୁନିଆ ୧୦ ଘଣ୍ଟା ମଧ୍ୟରେ ବଦଳି ପାରିବ। ଦିଲ୍ଲୀରେ ଆୟୋଜିତ ଜାତୀୟ ଯୁବ ମହୋତ୍ସବରେ ସାମିଲ ହୋଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ତେବେ ତାଙ୍କୁ ଏହି ସମ୍ମିଳନୀରେ ଏଲ ଆଣ୍ଡ ଟି ଅଧ୍ୟକ୍ଷଙ୍କ ସପ୍ତାହରେ ୯୦ ଘଣ୍ଟା କାମ କରିବା ପରାମର୍ଶ ଉପରେ ପ୍ରଶ୍ନ କରାଯାଇଥିଲା। ଯାହାପରେ ଆନନ୍ଦ ଏଭଳି ପ୍ରତିକ୍ରିୟା ରଖିଥିଲେ।

ଏହାର ଉତ୍ତରରେ ଶିଳ୍ପପତି କହିଛନ୍ତି, “ମୁଁ ଲୋକମାନଙ୍କୁ କହିବାକୁ ଚାହୁଁଛି ଯେ ମୁଁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଅଛି, କାରଣ ମୁଁ ଏକୁଟିଆ ଅନୁଭବ କରୁଛି। ଏଭଳି ଜମା ନୁହେଁ।” ମୋ ସ୍ତ୍ରୀ ବହୁତ ସୁନ୍ଦର। ମୁଁ ତାଙ୍କୁ ଦେଖିବାକୁ ଭଲ ପାଏ। ମୁଁ ପରିବାର ସହ ଅଧିକ ସମୟ ବିତାଏ। ମୁଁ ସୋସିଆଲ ମିଡିଆରେ ବନ୍ଧୁତା କରିବାକୁ ଆସିନାହିଁ। ମୁଁ ଏଠାରେ ଅଛି କାରଣ ଲୋକମାନେ ବୁଝିପାରୁ ନାହାଁନ୍ତି ଯେ ଏହା କିଭଳି ଏକ ବ୍ୟବସାୟିକ ଉପକରଣ। ମୁଁ ଗୋଟିଏ ପ୍ଲାଟଫର୍ମରେ ୧.୧ କୋଟି ଲୋକଙ୍କ ମତାମତ ପାଇଥାଏ।”

ଅପରପକ୍ଷରେ ଗତ ବର୍ଷ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ମଧ୍ୟ ଯୁବପିଢ଼ିଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବା ଉଚିତ ବୋଲି କହିଥିଲେ ଯାହାକୁ ନେଇ ଜୋରଦାର ବିତର୍କ ମଧ୍ଯ ହୋଇଥିଲା।

 

Comments are closed.