ଅହମ୍ମଦାବାଦ: ଚଳିତ ଭାରତୀୟ ମହିଳା ଲିଗ ଫୁଟବଲର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ଅନ୍ତିମ ଲିଗ ମୁକାବିଲାରେ ଓଡିଶା ଏଫସି ଓ ସେଥୁ ମଦୁରାଇ ମଧ୍ୟରେ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ଯଶୋଦା ମୁଣ୍ଡା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅନ୍ୟ ମ୍ୟାଚରେ ଇଷ୍ଟର୍ଣ୍ଣ ସୋର୍ଟିଂ ୩-୨ ଗୋଲରେ ଲର୍ଡସ ଏଫଏ କୋଚି ଓ କିକଷ୍ଟାର୍ଟ ଏଫସି ୯-୦ ଗୋଲରେ ସିଆରପିଏଫକୁ ଏବଂ ସେଲଟିକ କୁଇନ୍ସ ଏଫସି ୨-୧ ଗୋଲରେ ଚର୍ଚ୍ଚିଲ ବ୍ରଦର୍ସକୁ ପରାସ୍ତ କରିଛି ।
ମଙ୍ଗଳବାରଠାରୁ କ୍ୱାର୍ଟର ଫାଇନାଲ ମୁକାବିଲା ଆରମ୍ଭ ହେବ । କିକଷ୍ଟାର୍ଟ ଏଫସି-ହୋପ୍ସ ଏପସି, ସ୍ପୋର୍ଟ୍ସ ଓଡିଶା-ଇଷ୍ଟର୍ଣ୍ଣ ସ୍ପୋର୍ଟିଂ, ସେଥୁ ମଦୁରାଇ-ଇଷ୍ଟବେଙ୍ଗଲ ଓ ଓଡିଶା ଏଫସି-ଗୋକୂଳମ କେରଳ ମଧ୍ୟରେ ମ୍ୟାଚ ହେବ । ଟେବୁଲ ଟପର ହେବା ପାଇଁ ଓଡିଶା ଏଫସି ନିକଟରେ ସୁଯୋଗ ଥିଲେ ମଧ୍ୟ ଦଳ ଏହାକୁ ହାତଛଡା କରିଥିଲା । ସେଥୁ ମଦୁରାଇ ୧୭ ପଂଏଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଓଡିଶା ୧୬ ପଂଏଟ ସହ ତୃତୀୟ ସ୍ଥାନରେ ରହିଛି ।
Comments are closed.