ନୂଆଦିଲ୍ଲୀ: ଗ୍ରେଟ ବ୍ରିଟେନ ମହାରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮ରେ ପରଲୋକ ଘଟିଥିଲା । ମହାରାଣୀଙ୍କ ସମ୍ମାନ ପାଇଁ ଆଜି ସାରା ଦେଶରେ ଦିନିକିଆ ଶୋକ ପାଳନ କରାଯାଉଛି ।
Delhi | National flags at Red Fort and Rashtrapati Bhavan fly at half-mast as one-day state mourning is being observed in the country following the demise of Queen Elizabeth II. pic.twitter.com/dPc7IvHrlh
— ANI (@ANI) September 11, 2022
ଶୋକ ପାଳନ ହେଉଥିବାରୁ ନିୟମିତ ଜାତୀୟ ପତାକା ଉଡୁଥିବା ଭାରତର ସମସ୍ତ ସୌଧରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି ଏବଂ କୌଣସି ଔପଚାରିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆଜି ଆୟୋଜନ କରାଯିବ ନାହିଁ ।
ବ୍ରିଟେନରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ଦଶଦିନ ପାଇଁ ଶୋକଦିବସ ପାଳନ କରାଯାଉଛି । ଆସନ୍ତା ୧୯ରେ ରାଜକୀୟ ଢଙ୍ଗରେ ହେବ ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ।
Comments are closed.