Latest Odisha News

BREAKING NEWS

ବୁଷ୍ଟର ଡୋଜ ନେଇସାରିବା ପରେ ରାଣୀ ଏଲିଜାବେଥଙ୍କୁ କରୋନା

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ-୨ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଆଜି ବର୍ମିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି ।
ଏଲିଜାବେଥଙ୍କ ବୟସ ବର୍ତ୍ତମାନ ୯୫ ରେ ପହଞ୍ଚିଛି । ତେଣୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ପେଇ କାହାକୁ ବ୍ୟସ୍ତ ନହେବାକୁ ରାଜପ୍ରସାଦ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ରାଣୀ ଏଲିଜାବେଥ-୨ କରୋନାର ୩ଟି ଡୋଜ ନେଇ ସାରିଛନ୍ତି । ବ୍ରିଟେନ ନିୟମ ଅନୁସାରେ ସେ ପ୍ରଥମେ କରୋନା ଟିକାର ଦୁଇଟି ଡୋଜ ନେଇଥିଲେ । ଏହାପରେ ତାଙ୍କୁ ଟିକାର ବୁଷ୍ଟର ଡୋଜ ମଧ୍ୟ ଦିଆଯାଇଥିଲା ।

ରାଣୀ ଏଲିଜାବେଥ-୨ ଏବେ ବି ରାଜପ୍ରସାଦରେ ମଧ୍ୟ ରହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି ।

ନିକଟରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ ଓ ବୋହୂ କାମିଲା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ୧୦ ଦିନ ତଳେ ରାଣୀ ଏଲିଜାବେଥ-୨ ତାଙ୍କୁ ଦେଖିବାକୁ ଯାଇଥିଲେ । ଏହି କାରଣରୁ ରାଣୀଙ୍କୁ କରୋନା ଭାଇରସ ସଂସ୍ପର୍ଶ କରିଥିବା କୁହାଯାଉଛି ।

Comments are closed, but trackbacks and pingbacks are open.