Latest Odisha News

BREAKING NEWS

ଶାନ୍ତିଶୃଙ୍ଖଳାର ସହ ସରିଲା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ଚତୁର୍ଥକୁ ଅପେକ୍ଷା

ଭୁବନେଶ୍ବର : ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସଂଧ୍ୟା ୫ଟା ସୁଦ୍ଧା ମୋଟ ୭୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୯ଟି ଜିଲ୍ଲାର ୬୩ଟି ବ୍ଳକର ୧ ହଜାର ୩୮୨ ଟି ଗ୍ରାମ ପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮ ହଜାର ୪୯୫ ବୁଥରେ ନିର୍ବାଚନ ଶେଷ ହୋଇଛି । କିଛି ସ୍ଥାନରେ ହିଂସା ଛାଡିଦେଲେ ବାକି ସ୍ଥାନରେ ଭୋଟଦାନ ସୁରୁଖୁରୁରେ ଶେଷ ହୋଇଛି ।

ଅନ୍ୟପଟେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହୋଇଛି ପ୍ରଚାର । ଶେଷ ଦିନରେ ପ୍ରଚାରକୁ ଜୋରଦାର କରିଥିଲେ ପ୍ରାର୍ଥୀ । ଘରକୁ ଘର ବୁଲି ଭୋଟରକୁ ମନାଇବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ଭୋଟର । ଆସନ୍ତା ୨୨ ତାରିଖ ଅର୍ଥାତ ମଙ୍ଗଳବାର ଦିନ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ସେହିପରି ଗୁରବାର ଶେଷ ହେବ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ଆସନ୍ତା ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବ ।

Comments are closed, but trackbacks and pingbacks are open.