Latest Odisha News

BREAKING NEWS

ଦିଲ୍ଲୀ ଦରବାରରେ ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ମଞ୍ଚସ୍ଥ ହେଲା ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’ । ଗତ ୨୨ ତାରିଖରେ ବିଶ୍ବଜିତ ଦାସଙ୍କ ଲୋକପ୍ରିୟ ଓଡିଆ ନାଟକ ‘ନାଲିପାନ ରାଣୀ ଓ କଳାପାନ ଟିକା’ ଦିଲ୍ଲୀ ସ୍ଥିତ ଶ୍ରୀରାମ ସେଣ୍ଟରରେ ଇଂରାଜୀ ଭାଷାରେ ଅଭିନୀତ ହୋଇଯାଇଛି । ଯାହା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା ।

ତେବେ ଓଡିଆ ନାଟକକଙ୍କୁ ଦେଶ ତଥା ଦେଶ ବାହାରେ ପରିଚିତ କରାଇବା ପାଇଁ ଧଉଳି ରିଭ୍ୟୁ ଟ୍ରଷ୍ଟ ପ୍ରୟାସରେ ଏହି ଲୋକପ୍ରିୟ ନାଟକ ଦିଲ୍ଲୀ ଦରବାରରେ ଇଂରାଜୀ ଅନୁବାଦ ‘କୁଇନ ଅଫ ହାର୍ଟସ ଆଣ୍ଡ ଏସ୍ ଅଫ ସ୍ପେଡ୍ସ’କୁ ସ୍ପେସ୍ ଏକାଡେମୀ ତରଫରୁ ମଞ୍ଚସ୍ଥ କରାଯାଇଥିଲା । ଚିଫ୍ କମିଶନର (କଷ୍ଟମ) ତଥା ନୂଆ ଦିଲ୍ଲୀର କଥାକାର ଓ ଅନୁବାଦକ ସମଞ୍ଜସ ଦାସ ଏହାର ଇଂରାଜୀ ଅନୁବାଦ କରିଥିଲେ ।

ବିଶିଶ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳର ପ୍ରାକ୍ତନ ପ୍ରଫେସର ସତ୍ୟବ୍ରତ ରାଉତ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୋଟିଏ ପରିବାର ଭିତରେ ଥିବା ଧର୍ମାନ୍ଧତା ଓ ଯୁକ୍ତସଙ୍ଗତ ଭିତରେ ଘଟିଥିବା ସଂଘର୍ଷର ଏକ କରୁଣ କାହାଣୀ ଉପରେ ପର୍ଯ୍ୟବେସିତ ପୂରା ନାଟକ । ଯାହା ପ୍ରେକ୍ଷାଳୟରେ ଦର୍ଶକଙ୍କ ମନମୁଗ୍ଧ କରିଥିଲା ।

Comments are closed.