Latest Odisha News

BREAKING NEWS

ପୁରୀରେ ପହଁଞ୍ଚିଲା ୨୦୨୨ କମନୱେଲଥ ଗେମ୍ କୁଇନ୍ସ ବାଟେନ ରିଲେ

ପୁରୀ :ପୁରୀରେ ପହଁଞ୍ଚିଲା କୁଇନ୍ସ ବାଟେନ ରିଲେ । ଇଂଲଣ୍ଡର ବର୍ମିଂହୋମରେ ୨୦୨୨ କମନୱେଲଥ ଗେମ୍ ଅନୁଷ୍ଠିତ । ଏଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଏନେଇ ସାରା ବିଶ୍ୱରେ ଏବେ ବୁଲୁଛି କୁଇନ୍ସ ବାଟେନ ରିଲେ । ଏହାକୁ ବିଭିନ୍ନ ସ୍ଥାନରେ ସ୍ୱାଗତ ମଧ୍ୟ କରାଯାଉଛି ।ଏବେ ଓଡିଶାରେ ଆସି ପହଁଞ୍ଚିଛି କୁଇନ୍ସି ବାଟେନେ ରିଲେ ଟିମ୍ ।

ପ୍ରଥମେ କଳିଙ୍ଗଷ୍ଟିଡିଅମରେ ପହଁଞ୍ଚି ସେଠାରୁ ବାହାରି ଆଜି ପୁରୀରେ ପହିଚିଛି ବାଟେନ ରିଲେ । ପିପିଲି , ସତ୍ୟବାଦୀ ,ଚନ୍ଦନପୁର ଅଞ୍ଚଳରେ କ୍ରୀଡାବିତ ଏବଂ କ୍ରିଡାପ୍ରେମୀ ମାନେ ଏହାକୁ ସ୍ୱାଗତ କରିଥିଲେ ।ଏହା ପରେ ପୁରୀ ବଡଦାଣ୍ଡରେ କୁଇନ୍ସି ବାଟେଲ ରିଲେ ପହଁଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଣ୍ଡ ବାଜାର ତାଳେ ତାଳେ ସ୍ୱାଗତ କରାଯାଇଥିଲା ।

ଏହି ସମୟରେ ବହୁ କ୍ରୀଡାବିତ୍, ଖେଳାଳୀ , ବୁଦ୍ଧିଜୀବୀ ଏବଂ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ ।ଏହା ପରେ ଏହି କୁଇନ୍ସି ବାଟେନ ରିଲେ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି ।

Comments are closed, but trackbacks and pingbacks are open.