Latest Odisha News

BREAKING NEWS

ଗୁଜରାଟରେ ଆପ୍ ଏବଂ କେଜ୍ରିଓ୍ବାଲଙ୍କ ଦୋମୁହାଁ ନୀତି !

ଅହମଦାବାଦ: ଗୁଜରାଟରେ ଆମ ଆଦମୀ ପାର୍ଟି (ଆପ)ର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା । ଗୋଟିଏ ପଟେ ଦଳର ନେତା ଡିଜିପି ଅଫିସ ଯାଇ ଦଳୀୟ ନେତାଙ୍କ ସୁରକ୍ଷା ମାଗୁଛନ୍ତି। ଅନ୍ୟପଟେ ଆପର ମୁଖ୍ୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜରାଟ ଗସ୍ତରେ ଆସି ସୁରକ୍ଷା ନେବେ ନାହିଁ ବୋଲି ରୋକଠୋକ୍ କହିଛନ୍ତି। ଆଉ କେଜ୍ରିଓ୍ବାଲ କହିଛନ୍ତି, ଗୁଜରାଟ ପୋଲିସ ତାଙ୍କ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଉଚିତ। ସେ ସୁରକ୍ଷା ନେବାକୁ ବାଧ୍ୟ ନୁହଁ। ଯାହାକୁ ନେଇ ଆପର ଅସଲ ଆଭିମୁଖ୍ୟ କ’ଣ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମଙ୍ଗଳବାର ବିକ୍ରମ ଜଣେ ଅଟୋ ଡ୍ରାଇଭରଙ୍କ ଅନୁରୋଧ କ୍ରମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ତାଙ୍କ ଘରକୁ ରାତିରେ ଖାଇବାକୁ ଯାଇଥିଲେ। ଏହାପୂର୍ବରୁ ଅଟୋ ଚାଳକ ଜଣଙ୍କୁ ହୋଟେଲକୁ ଆସିବାକୁ ଅନୁରୋଧ କରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ। ହେଲେ ସୁରକ୍ଷା ଦୃଷ୍ଟିରୁ ଅଟୋରେ ନଯିବାକୁ ପୋଲିସ ବାରଣ କରିଥିଲା। ପରେ କେଜ୍ରିଓ୍ୱାଲ ଏବଂ ପୋଲିସ ଅଧିକାରୀଙ୍କ ମଧ୍ୟରେ ବଡ ଯୁକ୍ତିତର୍କ ହୋଇଥିଲା।

ଆମ୍ ଆଦମୀ ପାର୍ଟିର ମୁଖ୍ୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତାଙ୍କୁ ସୁରକ୍ଷା ଦରକାର ନାହିଁ। ଏପରିକି ସେ କହିଛନ୍ତି ଯେ ଯଦି ତାଙ୍କ ସହ କିଛି ଘଟେ ତେବେ ସେ ନିଜେ ଏଥିପାଇଁ ଦାୟୀ ରହିବେ। ଆଉ କେଜ୍ରିଓ୍ବାଲ କହିଥିଲେ ଯେ ସେ ଜନସାଧାରଣଙ୍କ ମଧ୍ୟରେ ଯାଉଛନ୍ତି ଏବଂ ସୁରକ୍ଷା ଆବଶ୍ୟକତା ନାହିଁ। ତେବେ ଜଣେ ପୋଲିସ ଅଟୋ-ରିକ୍ସା ଡ୍ରାଇଭର ପାଖରେ ବସିଥିବାବେଳେ ଦୁଇ ଜଣ ପୋଲିସ ଗାଡି ଅଟୋ ରିକ୍ସା ସହିତ ଯାଉଥିଲା। ଏହା ପରେ ଅଟୋ ଡ୍ରାଇଭରଙ୍କ ଘରେ ପହଞ୍ଚିଥିଲେ। କେଜ୍ରିୱାଲ, ଆପର ଗୁଜୁରାଟ ୟୁନିଟ୍ ସଭାପତି ଗୋପାଳ ଇଟାଲୀ ଏବଂ ଦଳର ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ ଇସୁଦାନ ଗଡଭିଙ୍କ ସହ ଅଟୋ ଡ୍ରାଇଭରଙ୍କ ତଳେ ବସି ଖାଇଥିଲେ। ଖାଦ୍ୟ ଖାଇବା ପରେ କେଜ୍ରିୱାଲ ବିକ୍ରମଙ୍କ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି।

ତେବେ ଏହାପୂର୍ବରୁ କିନ୍ତୁ ଅଗଷ୍ଟ ୨୧ ରେ ଗୁଜୁରାଟର ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ହେବାର ସମ୍ଭାବନା ପ୍ରକାଶ କରି ଡିଜିପିଙ୍କଠାରୁ ସୁରକ୍ଷା ଦାବି କରିଥିଲା ଆପ୍।

ଗୋଟିଏ ପଟେ ଅରବିନ୍ଦ କେଜ୍ରିୱାଲ ସୁରକ୍ଷା ନେବାକୁ ମନା କରିଦେଉଛନ୍ତି, ଅନ୍ୟପଟେ ଆମ୍ ଆଦମୀ ପାର୍ଟି ଗତ ମାସରେ ତାଙ୍କ ଉପରେ ଆକ୍ରମଣ ହେବାର ସମ୍ଭାବନା ପ୍ରକାଶ କରିଥିଲା। ଗୁଜୁରାଟ ଲିଗାଲ ସେଲ ମୁଖ୍ୟ ଗୁଲାବ ସିଂ ଯାଦବଙ୍କ ନେତୃତ୍ୱରେ ଆପ୍ ଗୁଜୁରାଟର ଡିଜିପି ଆଶିଷ ଭାଟିଆଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉଭୟ ନେତାଙ୍କ ସୁରକ୍ଷା ବୃଦ୍ଧି ଦାବିରେ ଏକ ଆବେଦନ କରିଥିଲେ।ଏପରି ସ୍ଥିତିରେ କେଜ୍ରିଓ୍ୱାଲଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.