Latest Odisha News

BREAKING NEWS

ଓଏସଏସସି ଅଫିସ ଆଗରେ ଚାକିରୀ ଆଶାୟୀ ଦଣ୍ଡବତ ହୋଇ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିରପେକ୍ଷ ତଦନ୍ତ ଦାବି

ଭୁବନେଶ୍ୱର: ଜେଇ (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଆଶାୟୀ। ଏହି ସମୟରେ ଅନେକ ନାଟକୀୟ ଚିତ୍ର ଦେଖିବାକୁ ମିଳିଛି।

ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ ଜୁଲାଇ 16ରେ ଓଏସଏସସି ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରିଥିଲା। ଏହି ଘଟଣାରେ ପୁଲିସ ନଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଓଏସଏସସିର ଏଭଳି କାର୍ଯ୍ୟକୁ ନେଇ ଆଶାୟୀ ପ୍ରାର୍ଥୀମାନେ ନିରାଶ ହୋଇଥିବା କହିଛନ୍ତି। ଷ୍ଟାଫମାନେ 88 ଜଣ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବିକ୍ରି କରିଥିବା ବେଳେ ଓଏସ୍ଏସସି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ଓଏସ୍ଏସସି କର୍ତ୍ତୃପକ୍ଷଙ୍କ ବିବୃତି ଦାବି କରିଛନ୍ତି।

ଷ୍ଟାଫମାନେ ପ୍ରଶ୍ନପତ୍ର ବିକ୍ରି କରିଦେଇଥିଲେ ଏବଂ ଯେତେବେଳେ ଏହି ମାମଲା ସାମ୍ନାକୁ ଆସିଲା ସେତେବେଳେ ପରୀକ୍ଷାକୁ ବାତିଲ କରିଦିଆଗଲା। ଜଣେ ଆଶାୟୀ ପରୀକ୍ଷାର୍ଥୀ ପ୍ରଶ୍ନ କରିଛନ୍ତି, “ଓଏସଏସସିରୁ ଆମେ କିପରି ସ୍ୱଚ୍ଛତା ଆଶା କରିପାରିବା?

“ଏପରି ପରିସ୍ଥିତିରେ, ଯେତେବେଳେ ପରୀକ୍ଷା ପୁନର୍ବାର ପରୀକ୍ଷା ହେବ ସେତେବେଳେ ସ୍ୱଚ୍ଛତା ରହିବ ବୋଲି କିଏ ଗ୍ୟାରେଣ୍ଟି ଦେବ?” ଅନ୍ୟ ଜଣେ ପରୀକ୍ଷାର୍ଥୀ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ଓଏସଏସସି କାର୍ଯ୍ୟାଳୟ ଘେରାଉ କରି ଅଧ୍ୟକ୍ଷଙ୍କୁ ଭେଟିବାକୁ ଚାହିଁଥିଲେ ଚାକାରୀ ଆଶାୟୀ। ହେଲେ ଅଧ୍ୟକ୍ଷ କୌଣସି ଭେଟିବାକୁ ସୁଯୋଗ ଦେଇନଥିଲେ ବୋଲି ଜଣାପଡ଼ିଛି। ପରେ ଓଏସଏସସିର କାର୍ଯ୍ୟାଳୟ ଆଗରେ ଦଣ୍ଡବତ ହୋଇ ମୁଣ୍ଡିଆ ମାରିଥିଲେ ଆଶାୟୀ। ଏହପରେ ପାଦରେ ଚାଲି ଚାଲି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରୋକୋଷ୍ଠକୁ ଯାଇଥିଲେ।

Comments are closed.