Latest Odisha News

BREAKING NEWS

କୋଭିଡ୍ ଟିକା ହେରଫେର୍ ସହ ଅନିୟମିତତା ଅଭିଯୋଗ

କଟକ : ସରକାରଙ୍କ ନିୟମର ଖୁଲମଖୁଲା ଉଲ୍ଲଘଂନ । ସକାଳରୁ ଅପରାହ୍ନ ଯାଏଁ ଟିକା କେନ୍ଦ୍ରରେ ଟିକା ଦେବା ପାଇଁ ନିୟମ କରିଛନ୍ତି ସରକାର । ମାତ୍ର କଟକର ତିନିଘରିଆ ଠାରେ ଥିବା ନୂଆବଜାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତିରେ ଟିକା ଦିଆଯାଉଥିବାର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ରାତି ପ୍ରାୟ ଆଠଟା ବେଳେ ଟିକା ନେବା ପାଇଁ ଲୋକେ କିଭଳି ଟିକା କେନ୍ଦ୍ରରେ ଅପେକ୍ଷାରେ ବସି ରହିଛନ୍ତି ।

ଆଉ ସେପଟେ ଦିନରେ ଟୀକା ନେବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ବି ନିରାଶ ହୋଇ ଫେରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଅପରପଟେ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକା ହେରଫେର୍ ସହ ଅନିୟମିତତା ଅଭିଯୋଗ ପରେ ମହାନଗର ନିଗମ ଏନଫୋର୍ସମେଣ୍ଟ୍ ସ୍କ୍କାର୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଯାଞ୍ଚ କରିଥିଲା ।

ଟିକା କେଉଁ ସମୟରେ ଦିଆଯାଉଥିଲା,ଟିକା ଦେବାରେ ଆଉ କାହାର ସମ୍ପୃକ୍ତି ରହିଛି ସେସବୁକୁ ଯାଞ୍ଚ କରିଛି ସ୍କ୍କାର୍ଡ। ତେବେ ରାତି ପ୍ରାୟ ଆଠଟା ବେଳେ ଟିକା ନେବାକୁ ଆସିଥିବା ଲୋକମାନେ କିଏ, । ନା ମେଡିକାଲ୍ ର କୌଣସି କର୍ମଚାରୀଙ୍କ ସମ୍ପର୍କୀୟ ନା ମେଡିକାଲ୍ କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ଅଛି ନା ନାହିଁ ଏସବୁ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Leave A Reply

Your email address will not be published.